ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ଥାନା ଶରଧାପୁର ପଞ୍ଚାୟତରେ ବୋମା ମାଡ଼ ଘଟଣା ଘଟିଛି । ଉକ୍ତ ପଞ୍ଚାୟତର ଶାନ୍ତିଲତା ପରିଡା ଏ ନେଇ ଇଟାମାଟି ଥାନାରେ ଏତଲା ଦାୟର କରଛନ୍ତି । ଇଟାମାଟି ଥାନା ପକ୍ଷରୁ ତନାଘନା ଜାରି ରହିଛି । ସୁଚନାନୁସାରେ ଶରଧାପୁର ଗ୍ରାମର ମୁରଲିଧର ପରିଡାଙ୍କ ସ୍ତ୍ରୀ ଶାନ୍ତିଲତା ପରିଡା ଆଜି ଇଟାମାଟି ଥାନାରେ ଏତଲା ଦେଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ କାଲି ରାତ୍ରି ୧୨ ଘଟିକା ସମୟରେ ସୁମନ୍ତ ମହାରଣା, ତାପସ ନାୟକ ଓ ଆଉ ଜଣେ ଅଚିହ୍ନା ବ୍ୟକ୍ତି ମାନେ ତାଙ୍କ ଘରୁ ଡକାୟତି କରିବା ଯୋଜନା ରଖି ଘର ବାରିପଟେ ବୋମା ମାଡ଼ କରିଥିଲେ । ତାପସ ନାୟକ ଓ ସୁମନ୍ତ ମହାରଣା ତାଙ୍କ ଘରର ଛାତ ଉପରକୁ ଚଢ଼ି ଘର ଭିତରେ ଥିବା ଗଡ୍ରେଜ ଭାଙ୍ଗି ସୁନା ହାର ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଶାନ୍ତିଲତା । ଶାନ୍ତିଲତାଙ୍କ ଘର କବାଟକୁ ଗୁଳି କରିବା ଓ ବମ ଫୋପାଡିବା ଅଭିଯୋଗ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରିବା ପାଇଁ ଶାନ୍ତିଲତା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଇଟାମାଟି ଥାନା ପକ୍ଷରୁ ତଦନ୍ତ ଜାରି ରହିଛି ।





