ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ତୃତୀୟ ଦିନ । ଆଜି ୨ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଛି । ପ୍ରଥମ ମ୍ୟାଚ ନୟାଗଡ଼ ସ୍ପୋର୍ଟସ ହଷ୍ଟେଲ ବନାମ ଶରଣକୁଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏହି ଖେଳରେ ଶରଣକୁଳ ୧-୦ ଗୋଲରେ ବିଜୟ ଲାଭ କରିଛି । ସେହିପରି ଦ୍ୱିତୀୟ ମ୍ୟାଚ ଇଟାମାଟି ବନାମ ନୟାଗଡ଼ କଲେଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଇଟାମାଟି ୧-୦ ଗୋଲରେ ବିଜୟ ଲାଭ କରିଛି ।
ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଉମର ମଳ୍ଲିକ, ଏସକେ ବେଦାଲ, ସଞ୍ଜିବ କୁମାର ସୁବୁଦ୍ଧି, ବେଣୁଧର ସାହୁ ଓ ନୟାଗଡ଼ ଟାଉନ ଥାନା ସବ୍ ଇନିସ୍ପେକ୍ଟର ଧର୍ମେନ୍ଦ୍ର ଶିଆଳ ପ୍ରମୁଖ ଯୋଗ ଦେଇଥିଲେ । ନୟାଗଡ଼ ମଣିଂ କ୍ଲବ ଦ୍ୱାରା ଆୟୋଜନ କରାଯାଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଚିତା କର୍ଷକ ହୋଇଥିବାରୁ ଦର୍ଶକ ମାନଙ୍କ ଭିଡ ଦେଖିବାକୁ ମିଳୁଛି । ରେଫରୀ ଭାବେ ପ୍ରଶନ୍ନ ନାୟକ ଓ ଜଗନ୍ନାଥ ପରିଡା ଖେଳ ପରିଚାଳନା କରୁଥିଲେ ।






