ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ା କନ୍ଦଳବ ରାସ୍ତାରେ ଥିବା ବେଲପା ନଦୀ ପୋଲ ଗତକାଲି ସଂନ୍ଧ୍ୟା ସମୟରେ ଭୁଶୁଡ଼ି ପଡ଼ିଥିବା ବେଳେ ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଘଟଣାସ୍ଥଳକୁ ଯାଇ ଛାନ୍ଭିନ୍ କରିଛନ୍ତି । ସୂଚନାନୁସାରେ, ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ବ୍ରିଜ ଅତି ବିପ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଏହାକୁ ମରାମତି ତଥା ନୂଆ ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା । ମାତ୍ର ବିଭାଗୀୟ କର୍ତ୍ତୁପକ୍ଷ ଏ ଦିଗରେ ଦୃଷ୍ଟି ଦେଉନଥିବା ବେଳେ ଗତକାଲି ଏହା ଭୁଶୁଡ଼ି ପଡ଼ିଥିଲା । ଏହି ପୋଲ ଉପରେ କନ୍ଦଳବ, ଜଗନ୍ନାଥ ପ୍ରସାଦ, ଗୈାଡ଼କାନ୍ତରାପଲ୍ଲୀ ଏବଂ ସିକ୍ରିଡ଼ା ସମେତ ଆଖପାଖ ଅଂଚଳର ହଜାର ହଜାର ଲୋକ ନିର୍ଭର କରୁଥିଲେ । ଏନେଇ ଆଜି ଖବର ପ୍ରକାଶ ପାଇବା ପରେ ଘଟଣାସ୍ଥଳକୁ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା ପରିଦର୍ଶନ ଯାଇଥିବା ଜଣାଯାଇଛି । ଏହି ଗ୍ରସ୍ତ ସମୟରେ ବିଭାଗୀୟ ଅଧିକାରୀ ଏବଂ ଅନେକ ସରକାରୀ କର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ଲୋକଙ୍କ ଅସୁବିଧାକୁ ଗୁରୁତ୍ୱ ଦେଇ ଯଥାଶୀଘ୍ର କିଭଳି ପୋଲ ନିର୍ମାଣ ହୋଇ ପାରିବ ସେ ନେଇ ଆଲୋଚନା କରିଛନ୍ତି ।





