ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲାବ୍ୟାପି ସେବା ଉତ୍ସବ ଆଜି ଉଦ୍ଘାଟିତ ହୋଇଯାଇଛି । ସେବା ସମିତି ପକ୍ଷରୁ ଚଳିତ ବର୍ଷ ୪ର୍ଥ ଥର ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଛି । ଆଜି ଏହାର ଦ୍ୱିତୀୟ ଦିବସରେ ନୂଆଗାଁ ବ୍ଲକର ଡିମିସର ଓ ମାଳିସାହି ପଂଚାୟତର ବିଭିନ୍ନ ସ୍ଥାନରେ ବସ୍ତ୍ରଦାନ କାର୍ଯ୍ୟକ୍ରମ ଓ ମାସ୍କ ସାନିଟାଇଜର ବଣ୍ଟନ କରାଯାଇଛି । ଏଥି ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଶିବରାମ ମହାପାତ୍ର, ସୁନିଲ ପଟ୍ଟନାୟକ, ବିଭୂତି ଭୂଷଣ ସ୍ୱାଇଁ, ମାଳିସାହି ସରପଂଚ ପର୍ଶୁରାମ ସାହୁ, ସମାଜସେବୀ ସଂଜୟ କୁମାର ସାହୁ, ସଂଜୟ କୁମାର ନାୟକ ପ୍ରମୂଖ ସାମିଲ ହୋଇଥିଲେ ।






