ନୟାଗଡ଼,(ବାଘୁଆବାର୍ତ୍ତା): ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ଇଟାମାଟି ସ୍ଥିତ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ପରିସରରେ ବିଜୁ ମହତାମ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଇକୃପା ଟ୍ୟୁଟୋରିଆଲ୍ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି ବୃକ୍ଷରୋପଣ କରିବା ସହ ଉପସ୍ଥିତ ବୁଦ୍ଧିଜୀବୀ ଏବଂ ଶିକ୍ଷାବିତ୍ଙ୍କୁ କରୋନା ସଚେତନତା ସଂମ୍ପର୍କୀତ ସୂଚନା ଦେଇଥିଲେ । ତତ୍ସହିତ ପକୃତି ବଂଚିଲେ ଆମେ ବଂଚିବା ବୋଲି ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି ମତବ୍ୟକ୍ତ କରିଥିଲେ । ଇଟାମାଟି ସରପଂଚ ସୋନାଲିକା ମନ୍ଥନ, ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସମାଜସେବୀ ବିଜୟ କୁମାର ନାୟକ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ୍ କୁମାର ସାହୁ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସମାଜସେବୀ ଭାଗୀରଥି ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ ।





