ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଛି । ଆଜି ୨ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଛି । ପ୍ରଥମ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆଲୋକ କୁମାର ଦାସ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ ପ୍ରସାଦ ସାହୁ, ହଜରତ ଅଲ୍ଲି ଖାଁ ଓ ଅନୁୱାର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ ।
ନୟାଗଡ଼ର ମର୍ଣିଂ କ୍ଲବ ଦ୍ୱାରା ଆୟୋଜିତ ଉଦଘାଟନି ମ୍ୟାଚରେ ନୟାଗଡ଼ ମର୍ଣିଂ କ୍ଲବ ଓ ନୟାଗଡ଼ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଖେଳ ଚାଲୁ ରହିଥିଲା । ମର୍ଣ୍ଣିଂ କ୍ଲବର ସଭାପତି ସଞ୍ଜୀବ କୁମାର ସୁବୁଦ୍ଧି ଓ ଉକ୍ତ ଖେଳର ଚିଫ୍ ପାର୍ଟନର ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ରେଫରୀ ଭାବେ ପ୍ରଶନ୍ନ ନାୟକ ଓ ଜଗନ୍ନାଥ ପରିଡା ଖେଳ ପରିଚାଳନା କରୁଥିଲେ । ପ୍ରଥମ ମ୍ୟାଚରେ ସ୍ପୋର୍ଟସ ହଷ୍ଟେଲ ୩-୦ ଗୋଲରେ ବିଜୟୀ ଲାଭ କରିଛି । ଦ୍ୱିତୀୟ ମ୍ୟାଚଟି ନୟାଗଡ଼ କଲେଜ ବନାମ ସୁନାଖଳା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ନୟାଗଡ଼ ପୌରାଧ୍ୟକ୍ଷ ନିରୁପମା ଖଟେଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଦ୍ୱିତୀୟ ମ୍ୟାଚରେ ନୟାଗଡ଼ କଲେଜ ସୁନାଖଳା ଟିମକୁ ହରାଇ ୧-୦ ଗୋଲରେ ବିଜୟ ଲାଭ କରିଛି ।






