Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେଶୀ ମଦ ବେପାରୀଙ୍କୁ ଶିଳରେ ଛେଚି ହତ୍ୟା

by ସଞ୍ଜୟ ସ୍ୱାଇଁ
July 2, 2020
in Breaking, Crime
ଦେଶୀ ମଦ ବେପାରୀଙ୍କୁ ଶିଳରେ ଛେଚି ହତ୍ୟା
40
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ରେ ଆଜି ଏକ ଚାଞ୍ଚଲ୍ୟ ସୃଷ୍ଟି କଲା ଭଳି ହତ୍ୟା କାଣ୍ଡ ଘଟିଛି । ଜଣେ ଦେଶୀ ମଦ ବେପାରୀଙ୍କୁ କେହି ଶିଳରେ ଛେଚି ହତ୍ୟା କରିଛି । ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଡିଆଁପଡ଼ା ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ସ୍ୱର୍ଗତ ଚୈତନ୍ୟ ଜେନାଙ୍କ ପୁଅ ପ୍ରହଲ୍ଲାଦ ଜେନା (୬୫) । ସୂଚନାନୁସାରେ, ପ୍ରଦଲ୍ଲାଦ ଗାଁ ଜଙ୍ଗଲ ପାଖରେ ଥିବା ତାଙ୍କ ଜମି ନିକଟରେ ଏକ କୁଡ଼ିଆ କରି ଚାଷ ବାଷ କରିବା ସହ ଉକ୍ତ କୁଡ଼ିଆରେ ବସବାସ କରୁଥିଲେ । ତାଙ୍କର ପôତୀ କିଛି ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ବଡ଼ପୁଅ ବାସୁଦେବ କିଛିବର୍ଷ ହେବ ବିବାହ କରି ନିଜ ଶଶ୍ୱୁର ଘର ବାଲିଗୁଡ଼ାରେ ରହୁଥିଲେ । କିଛିଦିନ ହେବ ସେ ଡିଆଁପଡ଼ା ଫେରି ଏଠାରେ ରହିବା ପାଇଁ ଘର ତିଆରି କରୁଥିବା ଜଣାଯାଇଛି । ପ୍ରହଲ୍ଲାଦଙ୍କ ସାନପୁଅ ଜଗନ ଜେନା ଘରେ ରହୁଥିବା ବେଳେ ନିଜେ ପ୍ରହଲ୍ଲାଦ ସବୁ ସମୟରେ ଚାଷ ବିଲ ପାଖ କୁଡ଼ିଆରେ ରହିବା ରୋଷେଇ କରି ଚଳୁଥିଲେ । ଗତକାଲି ସଂନ୍ଧ୍ୟାରେ ସାନପୁଅ ବିଲରୁ ଫେରିଥିବା ବେଳେ ଆଜି ସକାଳୁ ବିଲକୁ ଯିବାକୁ ବାପା ପ୍ରହଲ୍ଲାଦ ତାଙ୍କୁ କହିଥିଲେ । ସାନପୁଅ ଆଜି ଭୋର ସମୟରେ ବିଲ ମୁଣ୍ଡ କୁଡ଼ିଆରେ ପହଂଚିବା ବେଳକୁ ସେଠାରେ ତାଙ୍କ ବାପାଙ୍କ ରକ୍ତ ଜୁଡ଼ୁବୁଡ଼ ମୃତ ଦେହ ଦେଖିବାକୁ ପାଇଥିଲେ । ଏନେଇ ସାନପୁଅ ଜଗନ ବାସୁଦେବଙ୍କୁ ଫୋନ ଯୋଗେ ଜଣାଇବା ପରେ ବାସୁଦେବ ଗାଁ ଲୋକଙ୍କୁ ଧରି ବିଲ ମୁଣ୍ଡରେ ପଂହଚି ବାପାଙ୍କୁ କେହି ମସଲା ବଟା ଶିଳରେ ଛେଚି ହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଖବରପାଇ ଟାଉନଥାନା ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳ, ସ୍ମୃତି ରଂଜନ ମହାନ୍ତି, ଏଏସ୍‌ଆଇ ଅଶୋକ ମହାନ୍ତି ଘଟଣା ସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଥିବା ବେଳେ ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ପଂହଚିଥିବା ଜଣାଯାଇଛି । ପ୍ରହଲ୍ଲାଦଙ୍କୁ ପୂର୍ବ ଶତ୍ରୁତାରୁ କେହି ହତ୍ୟା କରିଥିବା ନେଇ ଦୁଇ ପୁଅ ଅଭିଯୋଗ କରୁଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ପ୍ରହଲ୍ଲାଦଙ୍କ ସାନପୁଅ ଜଗନ ସହ ତାଙ୍କ ଦାଦା ତଥା ପ୍ରହଲ୍ଲାଦଙ୍କ ଭାଇଙ୍କର କିଛିଦିନ ତଳେ ଗଣ୍ଡଗୋଳ ହୋଇଥିବା ବେଳେ ପ୍ରହଲ୍ଲାଦଙ୍କ ସହ ନିକଟସ୍ଥ ପଣ୍ଡୁସର ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ମଧ୍ୟ ଟଙ୍କା ପଇସାକୁ ନେଇ ଝଗଡ଼ା ରହିଥିଲା । ପୁଲିସ ଏହି ହତ୍ୟାକାଣ୍ଡର ଖୁବଶୀଘ୍ର ଖୁଲାସା କରିବ ବୋଲି ଅଂଚଳ ବାସୀ ଆଶା କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!