ନୟାଗଡ଼,(ବାଘୁଆବାର୍ତ୍ତା): ସୁନା ଦୋକାନୀଙ୍କ ସଂସ୍ପର୍ଶରେ ଆସିଥିବା ନୟାଗଡ଼ ସହର ଯଦୁମଣୀନଗର ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ନିକଟକୁ ସୂଚନା ଆସିଛି । ଜିିଲ୍ଲାରେ ଏହା ପ୍ରଥମ କରୋନା ମୃତ୍ୟୁ ହୋଇଥିବା ବେଳେ ଏହି ଖବର ଏବେ ନୟାଗଡ଼ ସହରରେ ଭୟର ବାତାବରଣ ଖେଳାଇ ଦେଇଛି । ଏନେଇ ପୈାର ପ୍ରଶାସନ ପକ୍ଷରୁ ପରିବାରକୁ ଜଣାଇ ଦିଆଯାଇଥିବା ବେଳେ କୋଭିଡ୍ ନିୟମନୁସାରେ ସରକାର ଶବ ସତ୍କାର କରାଇବାର ନିୟମ ରହିଛି । ଏଣୁ ପରିବାରକୁ ଶବ ଦିଆନଯାଇ ବିଏମସି ପକ୍ଷରୁ ଶବ ସତ୍କାରର ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି । ଅନ୍ୟପକ୍ଷେ, ଜିଲ୍ଲାରେ କରୋନା ଭୟାବହ ଭାବେ ବଢ଼ି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଯେଉଁ ନିୟମ ଓ କଟକଣା ଲାଗୁ କରୁଛନ୍ତି ତାକୁ ସମସ୍ତେ ମାନିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି । ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ ନକରିବା ଦ୍ୱାରା ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବାର ସମ୍ଭାବନା ରହିଛି ।






