Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଥମ ମହିଳା ସଭାପତି ହେଲେ ନିରୁପମା ରୋଟାରୀ କ୍ଲବର ୩୧ ତମ ଅଧିଷ୍ଠାନ ଉତ୍ସବ

by ସଞ୍ଜୟ ସ୍ୱାଇଁ
July 1, 2020
in Nayagarh
ପ୍ରଥମ ମହିଳା ସଭାପତି ହେଲେ ନିରୁପମା ରୋଟାରୀ କ୍ଲବର ୩୧ ତମ ଅଧିଷ୍ଠାନ ଉତ୍ସବ
23
VIEWS
Share on FacebookShare on Twitter

ରୋଟାରୀ କ୍ଲବର ୩୧ ତମ ଅଧିଷ୍ଠାନ ଉତ୍ସବ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ରୋଟାରୀ ଭବନଠାରେ ନୟାଗଡ଼ ରୋଟାରୀ କ୍ଲବର ୩୧ ତମ ଅଧିଷ୍ଠାନ ଉତ୍ସବ ସାମାଜିକ ଦୂରତା ରକ୍ଷା କରି ଅନୁଷ୍ଠିତ ହୋଇଯାଇଛି । କ୍ଲବର ପ୍ରତିଷ୍ଠା ୧୯୯୦ ମସିହାରେ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ମହିଳା ସଭାପତି ପଦ ଅଳଙ୍କୃତ କରିନଥିଲେ । ପ୍ରଥମ ଥର ପାଇଁ ଏହି ଅଧିଷ୍ଠାନ ଉତ୍ସବରେ କ୍ଲବର ବରିଷ୍ଠ ସଦସ୍ୟ ନିରୂପମା ପଟ୍ଟନାୟକ ବିଦାୟୀ ସଭାପତି ମଦନ ମୋହନ ମହାପାତ୍ରଙ୍କଠାରୁ ଦାୟିତ୍ୱ ଗ୍ରହଣ କରି ଶପଥ ପାଠ କରିଛନ୍ତି । ସେହିଭଳି ବିଦାୟୀ ସଂପାଦକ ପ୍ରବୀର ପୃଷ୍ଟିଙ୍କଠାରୁ ଚଳିତ ବର୍ଷ ପାଇଁ ମିହିର ରଂଜନ ନାୟକ ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ଏହି ଉତ୍ସବରେ ପୂର୍ବତନ ସଂପାଦକ ଶ୍ରୀଯୁକ୍ତ ପୃଷ୍ଟି ବିଭିନ୍ନ କାର୍ଯ୍ୟକ୍ରମ ସଂମ୍ପର୍କରେ ସୂଚନା ପ୍ରଦାନ କରିବା ସହ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କର୍ମକର୍ତ୍ତାଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ । କ୍ଲବର ମୁଖ୍ୟ ସଂଯୋଜକ ପ୍ରମୋଦ ପଟ୍ଟନାୟକ ନିସ୍ୱାର୍ଥ ପର ସେବା ମନ୍ତ୍ରରେ ଅଭିମନ୍ତ୍ରିତ ହେବା ଏବଂ ନିରୀହ ନିଷ୍ପେଷିତ ମଣିଷ ମାନଙ୍କର ଆଶାବାଡ଼ି ହେବା ପାଇଁ ପ୍ରତ୍ୟେକ ରୋଟାରୀଆନ୍‌ଙ୍କୁ ଆହ୍ୱାନ ଦେବା ସଙ୍ଗେ ସଙ୍ଗେ ଆହାର ଯୋଜନା, ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଣ, ଫିଜିଓଥେରାପି ଏବଂ ବୃଦ୍ଧାଶ୍ରମର ପ୍ରତ୍ୟେକ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଭ୍ୟମାନଙ୍କ ଉପସ୍ଥିତି ଏବଂ ସଂପୃକ୍ତି ସଂମ୍ପର୍କରେ ବିସ୍ତୃତ ଆଲୋଚନା ରଖିଥିଲେ । ଅଧିଷ୍ଠାନ ଉତ୍ସବ ଅବସରରେ ବରିଷ୍ଠ ରୋଟାରୀଆନ୍ ବେଣୁଧର ମହାପାତ୍ର, ଡାକ୍ତର ଦିବସ ଅବସରରେ ଡାକ୍ତର ଭୂବନେଶ୍ୱର ଶୁକ୍ଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଉପସଭାପତି ଆରିଫ୍ ଖାଁ ଧନ୍ୟବାଦ ଅର୍ପଣ କରିଥିବା ଜଣାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!