Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷକ ପରିଚୟ ଦେଇ କଲେଜ ଛାତ୍ରୀଙ୍କୁ ଫସାଇଲେ, ବାରମ୍ବାର ରଖିଲେ ସମ୍ପର୍କ, ଶେଷରେ ବସ୍‌ଷ୍ଟାଣ୍ଡରେ ଛାଡିଲେ

by ସଞ୍ଜୟ ସ୍ୱାଇଁ
September 28, 2023
in Crime, State
ଶିକ୍ଷକ ପରିଚୟ ଦେଇ କଲେଜ ଛାତ୍ରୀଙ୍କୁ ଫସାଇଲେ, ବାରମ୍ବାର ରଖିଲେ ସମ୍ପର୍କ, ଶେଷରେ ବସ୍‌ଷ୍ଟାଣ୍ଡରେ ଛାଡିଲେ
137
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା): ନିଜକୁ ଶିକ୍ଷକର ପରିଚୟ ଦେଇ ଫସାଇଲା ନାବାଳିକାକୁ। ପରେ ଅପହରଣ କରିନେଇ ରଖିଲା ସଂପର୍କ। ବାରାମ୍ବାର ସଂପର୍କ ରଖିବା ପରେ ବସଷ୍ଟାଣ୍ଡରେ ଛାଡି ଯୁବକ ମାରିଲା ଛୁ। କନ୍ଧମାଳ ଜିଲ୍ଲାରେ ଘଟିଛି ଏମିତି ଘଟଣା। କୋଟଗଡ଼ ଥାନା ମାଦାଗୁଡ଼ା ଗ୍ରାମ ପଞ୍ଚାୟତର ତଳ ମଧୁଗୁଡ଼ା ଗ୍ରାମର ବସନ୍ତ ପାରାସେଟଙ୍କ ପୁଅ ନକୁଳ ପାରାସେଟ। ସେହି ଗ୍ରାମର ବଜେବନ ମଣ୍ଡଳଙ୍କ ଝିଅ କୁସୁମୀ ମଣ୍ଡଳଙ୍କୁ ଅପହରଣ କରିଥିଲେ। କୁସୁମୀ ଆସରାମ୍ ବାପୁଜୀ କଲେଜର +୨ ପ୍ରଥମ ବର୍ଷର ଛାତ୍ରୀ। ନିଜକୁ ଶିକ୍ଷକର ପରିଚୟ ଦେଇ ତାଙ୍କୁ ଫସାଇ ଅପହରଣ କରି ନେଇ ବାରମ୍ବାର ବଳତ୍କାର କରିଥିବା ନେଇ କୋଟଗଡ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା। ପରିବାର ଲୋକେ, କୋଟଗଡ଼ ପୋଲିସ କେସ ନମ୍ବର ୧୧୬/୨୩/ରେ ଏକ ମାମଲା ରୁଜୁ କରିଛନ୍ତି।

କୋଟଗଡ଼ ଥାନା ଅଧିକାରୀ କହିଛନ୍ତି, ଅଭିଯୁକ୍ତ ନକୁଳ ପରାସେଟ ନାବାଳିକାଙ୍କୁ ବାଲିଗୁଡା ଜଗନ୍ନାଥ ମନ୍ଦିର ପାଖ ଜଣେ ସମ୍ପର୍କୀୟଙ୍କ ଘରେ ରାତିରେ ରଖି ପରଦିନ ବାଲିଗୁଡ଼ା ଠାରୁ ବ୍ରହ୍ମପୁର ନେଇ ଯାଇଥିଲେ। ବ୍ରହ୍ମପୁରରେ ୧୬ ଦିନ ରହି ବିଭିନ୍ନ ପ୍ରକାରରେ ନାବାଳିକାଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିବା କହିଛନ୍ତି ନାବାଳିକା। ଯେଉଁ ଦିନ ଝିଅ କଲେଜରୁ ଘରକୁ ଫେରିନଥିଲା ପରିବାର ଲୋକ ନିଜ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ । କିନ୍ତୁ ଝିଅର ସନ୍ଧାନ ମିଳି ନଥିବାରୁ କୋଟଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କିଛି ଦିନ ପରେ କୋଟଗଡ଼ ପୋଲିସ ପହଞ୍ଚିଥିଲା ମାଦାଗୁଡ଼ା ପଞ୍ଚାୟତର ତଳ ମଧୁଗୁଡ଼ା ଗ୍ରାମ ବସନ୍ତ ପରାସେଟଙ୍କ ଘରେ। ପୋଲିସ ପଚରା ଉଚୁରା କରିଥିଲା। ପୋଲିସର ତନାଘନା ଦେଖି ପରିବାର ଲୋକ ନକୁଳଙ୍କୁ ଫୋନ ମାଧ୍ୟମରେ ଡାକିଥିଲେ। କିନ୍ତୁ ନକୁଳ ପରାସେଟ ଝିଅ ନାବାଳିକାଙ୍କୁ ବାଲିଗୁଡ଼ା ବସଷ୍ଟାଣ୍ଡରେ ଛାଡ଼ି କୁଆଡେ ଚାଲି ଯାଇଥିବା ନାବାଳିକା ସମେତ ପରିବାର ଲୋକେ କହିଛନ୍ତି । ବର୍ତ୍ତମାନ ନ୍ୟାୟ ଅପେକ୍ଷାରେ ନାବାଳିକା ପରିବାର।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!