ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଖଣ୍ଡପଡା ରୋଡରେ ଥିବା ଆଶୁତୋଷ ଲଜରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଏକ ଲୁଗା ସାହାଯ୍ୟରେ ଫ୍ୟାନରେ ଝୁଲି ପଡିଛନ୍ତି । ସେ ଆଶୁତୋଷ ଲଜର ମ୍ୟାନେଜର ଭାବେ କାମ କରୁଥିଲେ । ଲଜର ପଛ ଭାଗରେ ଥିବା ଏକ ଗୃହରେ ସେ ଆତ୍ମହତ୍ୟା କରିଛନ୍ତି । ସୁଚନାନୁସାରେ ଇଟାମାଟି ଥାନା ଅନ୍ତର୍ଗତ ଗଦାଧରପ୍ରସାଦ ଗ୍ରାମ ପଞ୍ଚାୟତର ବାଲିକୁଦିଆ ଗ୍ରାମର ଧନେଶ୍ୱର ସେଠି (୬୫) ବହୁଦିନ ଧରି ଆଶୁତୋଷ ଲଜରେ ମ୍ୟାନେଜର ଭାବେ କାମ କରୁଥିଲେ ।
ଆଜି ହଠାତ ମଧ୍ୟାହ୍ନରେ ଫ୍ୟାନରେ ଝୁଲି ପଡିଥିଲେ । ତାଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିଲା । ତାଙ୍କ ପତ୍ନୀ ସତ୍ୟଭମା ସେଠି, ପୁତ୍ର ପ୍ରମୋଦ ସେଠି, ରବି ସେଠି ଓ ଛବି ସେଠି ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଖବର ପାଇ ନୟାଗଡ଼ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ଶବକୁ ଚିହ୍ନଟ କରିଛି । ଧନେଶ୍ୱରଙ୍କ ପୁଅ ଛବି ସେଠି ତାଙ୍କ ବାପା ଦୁର୍ଭାଗ୍ୟ ବଶତଃ ଆତ୍ମହତ୍ୟା କରିଥିବା ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଶବ ତାଙ୍କୁ ପ୍ରଦାନ କରିବା ପାଇଁ ସେ ନୟାଗଡ଼ ଟାଉନ ଥାନାରେ ଏତଲା ଦାୟର କରିଛନ୍ତି ।





