ନୟାଗଡ଼,(ବାଘୁଆବାର୍ତ୍ତା): ସୁନା ଦୋକାନୀଙ୍କ ସଂସ୍ପର୍ଶରେ ଆସିଥିବା ନୟାଗଡ଼ ସହର ଯଦୁମଣୀନଗର ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ନିକଟକୁ ସୂଚନା ଆସିଛି । ଜିିଲ୍ଲାରେ ଏହା ପ୍ରଥମ କରୋନା ମୃତ୍ୟୁ ହୋଇଥିବା ବେଳେ ଏହି ଖବର ଏବେ ନୟାଗଡ଼ ସହରରେ ଭୟର ବାତାବରଣ ଖେଳାଇ ଦେଇଛି । ସୂଚନାନୁସାରେ, ନୟାଗଡ଼ର ସୁନା ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସି ଗୋଟିଏ ଦିନରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାମୁସାହି, ଦେବତ୍ତୋର କଲୋନୀ ଏବଂ ଯଦୁମଣୀନଗରରୁ ୩ ଜଣ କରୋନା ଆକ୍ରାନ୍ତଙ୍କୁ ଜିଲ୍ଲା ପ୍ରଶାସନ କୋଭିଡ୍ ହସ୍ପିଟାଲ ପଠାଇଥିବା ବେଳେ ଆଜି ସେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।






