Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ : କଣ୍ଟେନ୍‌ମେଣ୍ଟ ହେବ ୫ ପଂଚାୟତ ୨୦ ଗାଁ !

by Anil Panda
July 1, 2020
in Breaking, Feature News, Nayagarh
ନୟାଗଡ଼ : କଣ୍ଟେନ୍‌ମେଣ୍ଟ ହେବ ୫ ପଂଚାୟତ ୨୦ ଗାଁ  !
65
VIEWS
Share on FacebookShare on Twitter

ଭୂବନେଶ୍ୱର,(ବାଘୁଆବାର୍ତ୍ତା): ସୁନାମୁହିଁ ବାହ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁ ମୋଟ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୬୨ରେ ପହଂଚିଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ପ୍ରଶାସନ ୫ଟି ପଂଚାୟତର ୨୦ ଗାଁ ଏବଂ ଓଡ଼ଗାଁ ଏନ୍‌ଏସିକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରିବା ନେଇ ନିର୍ଭର ଯୋଗ୍ୟ ସୁତ୍ରରୁ ଜଣାଯାଇଛି । ସୂଚନାସାରେ, ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପ୍ରଥମେ ତାଙ୍କ ସଂମ୍ପର୍କୀୟଙ୍କୁ କରୋନା ହୋଇଥିବା ଜଣାଯାଇଥିଲା । ମାତ୍ର ଗତକାଲି ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୁନାମୁହିଁ ଅଂଚଳର ୧୦ ଜଣଙ୍କୁ କରୋନା ହୋଇଥିବା ଏବଂ କୁରାଳ ସଂଗରୋଧରେ ରହିଥିବା ବାହ୍ୟ ଆକ୍ରାନ୍ତ ସଂମ୍ପର୍କୀୟ ୪ ଜଣଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ମହିଳା, ୫ ଜଣ ପୁରୁଷ ଏବଂ ୪ ଜଣ ଶିଶୁ ଅଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲ୍ଲା ପ୍ରଶାସନ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗଂଜାମ ଜିଲ୍ଲା ବୁଗୁଡ଼ାରେ ରହିଥିବାରୁ ପ୍ରଶାସନ ଗଂଜାମ ଜିଲ୍ଲା ପ୍ରଶାସନ ମାଧ୍ୟମରେ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି । ଏହାକୁ ନେଇ ଓଡ଼ଗାଁ ବ୍ଲକ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ଓଡ଼ଗାଁ ବ୍ଲକର କୁରାଳ, କୋମଣ୍ଡ, ସୁନାମୁହିଁ, ଗିରିଡ଼ିପଲ୍ଲୀ, ରୋହିବାଙ୍କ କିମ୍ବା ବେରୁହାଁବାରି ପଂଚାୟତର ୨୦ ଖଣ୍ଡ ଗ୍ରାମ ସମେତ ଓ ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦକୁ ପ୍ରଶାସନ କଣ୍ଟେନ୍‌ଣ୍ଣ୍ ଘୋଷଣା କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାଯାଇଛି । ଏନେଇ ଜିଲ୍ଲାପାଳ ବିଧିବଧ ନିର୍ଦ୍ଦେଶ ନାମା ଜାରି କରିବାର ସମ୍ଭାବନା ରହିଛି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!