Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ, ରାଣୀ ଓ ଇରାନୀଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

by ସଞ୍ଜୟ ସ୍ୱାଇଁ
September 24, 2023
in Nayagarh, Politics, State
ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ, ରାଣୀ ଓ ଇରାନୀଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
543
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦରମହକୁମା ନୀଳମାଧବ କଲ୍ୟାଣମଣ୍ଡପଠାରେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଳୀୟ ସଙ୍ଗଠନକୁ ପ୍ରାଥମିକ ସ୍ତରରୁ ସୁଦୃଢ କରିବା ଏବଂ ବିଭିନ୍ନ ପଦାଧିକାରୀଙ୍କ ସତ୍ୟାପନ କରାଇବା, ଶକ୍ତିକେନ୍ଦ୍ର, ମଣ୍ଡଳ ଓ ନିର୍ବାଚନ ମଣ୍ଡଳୀର ସମସ୍ୟା ସଂଗ୍ରହ କରି ରାଜନୈତିକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ନୟାଗଡ ଜିଲ୍ଲାର ଯୁବ ନେତା ଅଭିଳାଷ ପଣ୍ଡାଙ୍କୁ ରାଜ୍ୟ ବିଜେପିର ଯୁବ ସଭାପତି ନିଯୁକ୍ତି କରାଯାଇଥିବାରୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ର ନେତୃତ୍ବଙ୍କୁ ଜିଲ୍ଲା ତରଫରୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଏବଂ ଚଳିତ ସଂସଦର ପ୍ରଥମ ବୈଠକରେ ଦୀର୍ଘଦିନରୁ ଅପେକ୍ଷାରତ ଥିବା ମହିଳା ଆରକ୍ଷଣ ବିଲକୁ ଉଭୟ ସଦନରେ ଗୃହିତ କରାଇଥିବାରୁ ଧନ୍ୟବାଦ ସହ କୃତଜ୍ଞତା ଅର୍ପଣ କରାଯାଇଥିଲା। ଉକ୍ତ ବୈଠକରେ ସୁରମା ପାଢୀ, ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା ପ୍ରଭାରୀ ନିରଞ୍ଜନ ମିଶ୍ରଙ୍କ ସମେତ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ସନ୍ୟାସୀ ନାୟକ, ଜିଲ୍ଲା କାର୍ୟ୍ୟତକର୍ତ୍ତା, ସମସ୍ତ ମଣ୍ଡଳ ସଭାପତି, ପ୍ରଭାରୀ, ମୋର୍ଚ୍ଚା ସଭାପତି ଏବଂ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ବୈଠକରେ ନୟାଗଡ଼ର ଦୁଇ ନାରିନେତ୍ରୀ ଇରାନୀ ରାୟ ଏବଂ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଅନୁପସ୍ଥିତିକୁ ନେଇ ସହରରେ ତମାମ ଚର୍ଚ୍ଚା ଲାଗି ରହିଛି । ବିଜେପି କାର୍ଯ୍ୟକାରିଣୀ ବୈଠକରେ କୈାଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଏଭଳି କରାଯାଇଥିବା ଆଲୋଚନା ହେଉଛି । କାରଣ ବିଗତ ଦିନରେ ଗଣ୍ଡଗୋଳ ଘଟିଥିବା ଘଟଣାକୁ ନେଇ ଅପରାଧିକ ମାମଲା ରୁଜୁ ହୋଇଥିବା ଏବଂ ପୂର୍ବତନ ସାଂସଦ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ଶ୍ରାଦ୍ଧବାର୍ଷିକରେ ରାଷ୍ଟ୍ରିୟ ପ୍ରବକ୍ତାଙ୍କୁ କଳା ପତାକା ପଦର୍ଶନ, ଅଣ୍ଡାମାଡ଼ ଭଳି ଘଟଣା ବିଜେପିକୁ ନିନ୍ଦିତ କରିଥିବା କାରଣକୁ ନେଇ ଦୁଇ ନେତ୍ରୀଙ୍କୁ ଦୁରେଇ ରଖାଯାଇଥିବା ଚର୍ଚ୍ଚା ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!