ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଥାନା ପୁଲିସ ଅଚାନକ ଚଢ଼ଉ କରି ୧୭ଲିଟର ବିଦେଶୀ ମଦ ଜବତ କରିଛି ଓ ଅଭିଯୁକ୍ତକୁ ପୁଲିସ ଗିରଫ କରି ଆଜି ଭାପୁର କୋର୍ଟକୁ ଚାଲାଣ କରିଛି ଓ ମଦ ନେଇ ଯାଉଥିବା ବେଳେ ପୁଲିସ ତାକୁ କାଳିଗିରି ପୋଲ ନିକଟରୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ହେଲେ ମଣିପୁର ଗ୍ରାମର ବିଦେଶୀ ଦଳେଇ ବୋଲି ପୁଲିସଠାରୁ ସୂଚନା ମିଳିଛି ।





