ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ର ବେହେରା ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଡିଓ ମନୋଜ ପାତ୍ର, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ସଂଘ ସଭାପତି ପ୍ରକାଶ କୁମାର ଦାଶ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଜୟ ସିଂ ପ୍ରମୂଖ ଉପସ୍ଥିତ ରହି ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଆଜିର ଦିନରେ ଶ୍ରୀଯୁକ୍ତ ବେହେରା ଅବସର ଗ୍ରହଣ କରିବା ସହ ତାଙ୍କର ପ୍ରୋଭିଜ୍ନାଲ୍ ପେନସନ୍ ଗ୍ରହଣ କରିଛନ୍ତି । ଯାହାକୁ ନେଇ ସେ ସହକର୍ମୀ ଏବଂ ବିଡିଓଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।





