ନୟାଗଡ଼, (ବାଘୁଆବାର୍ତ୍ତା): ମାନ୍ୟବର ନୟାଗଡ଼ ସହକାରୀ ଜିଲ୍ଲା ଦୌରା ଜଜ୍ ତଥା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସ୍ମୃତିସ୍ନିଗ୍ଧା ଦାଶ ଏସଟି କେଶ୍ ନଂ-୩୭/୫୪/୨୦୨୩, ଦଶପଲ୍ଲା ପିଏସ କେସ ନଂ-୧୧୩/୧୨ ରେ ଆସାମୀ (୧) ଟୁନା ନାୟକ, ବୟସ-୩୮ ବର୍ଷ, ପି-ଋଷିଆ ନାୟକ, (୨) ମୋହନ ନାୟକ, ବୟସ-୩୦ ବର୍ଷ, ପି-ନିରଞ୍ଜନ ନାୟକ ଦୁହିଁଙ୍କର ସା-ପୁରୁଣା ଦଶପଲ୍ଲା, ଥା-ଦଶପଲ୍ଲା, ଜି-ନୟାଗଡ଼ଙ୍କୁ ବିଚାର କରି ଧାରା ୩୬୩/୩୪୨୧- ଅନୁଯାୟ ଉଭୟଙ୍କୁ ୪ ବର୍ଷ ଦଣ୍ଡାଦେଶ ଦେବା ସହ ୨୦୦୦ ଟଙ୍କା ଜୋରିମନା ଓ ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଉକ୍ତ ଆସାମୀ ମାନେ ଏତଲକାରୀଙ୍କର ଝିଅ ଦଶପଲ୍ଲା ତେଣ୍ଡାବାଡି ସ୍କୁଲରେ ନବମ ଶ୍ରେଣୀ ପଢ଼ିବା ପାଇଁ ଯିବାବେଳେ ବିରଡିହ ଗ୍ରାମ ନାଳ ପାଖରୁ ଅପହରଣ କରିଥିଲେ । ଏମାନଙ୍କୁ ଦଶପଲ୍ଲା ପୋଲିସ ଉଦ୍ଧାର କରିଥିଲେ । ଏତଲକାରୀଙ୍କ ଅଭିଯୋଗ ଭିତି କରି ପୋଲିସ କେଶ ରୁଜୁ କରିଥିଲେ । ଉକ୍ତ କେଶରେ ମାନ୍ୟବର ବିଚାରପତି ୧୯ ଜଣ ସାକ୍ଷୀ ମାନଙ୍କ ବୟାନ ଓ ସରକାରୀ ଓକିଲ ପ୍ରଭାତ ଆଦିତ୍ୟ ବରାଳ ଯୁକ୍ତିକୁ ଭିତି କରି ଏହି ରାୟ ପ୍ରଦାନ କରିଛନ୍ତି ।





