ନୟାଗଡ଼, (ବାଘୁଆବାର୍ତ୍ତା) : କେନ୍ଦ୍ର ସରକାରଙ୍କ ଲଗାତର ଭାବେ ତିନି ସପ୍ତାହ ଧରି ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ସିପିଆଇଏମ୍ ପକ୍ଷରୁ ନୟାଗଡ଼ ବଜାର ପେଟ୍ରୋଲ ପମ୍ପ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପଦର୍ଶନ କରାଯାଇଛି । ସିପିଆଇଏମ୍ ନେତା ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ବର୍ଦ୍ଧିତ ତୈଳଦରକୁ ପ୍ରତ୍ୟାହାର ଦାବିରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ସମାବେଶରେ ସିପିଆଇଏମ୍ ଅନ୍ୟତମ ନେତା ଏସ୍.ଏ କରିମ, ଆଲୋକ ପ୍ରଧାନ, ପବିତ୍ର କୁମାର ଇନ୍ଦ୍ରଜିତ, ସରୋଜ ନାୟକ, ଅଧିକାରୀ ବେହେରା ପ୍ରମୂଖ ବକ୍ତବ୍ୟ ରଖିଥିଲେ । ତୁରନ୍ତ ଏହି ଦରବୃଦ୍ଧି ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବକ୍ତାମାନେ କହିଛନ୍ତି ।





