ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ରେ ପଂହଚିଛି । ସେଥିମଧ୍ୟରେ ୧୯୨ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୪ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୬, ବାଲେଶ୍ୱର ୫, ବଲାଙ୍ଗୀର ୧୬, ଭଦ୍ରକ ୪, ବୈାଦ ୧, କଟକ ୧୭, ଦେବଗଡ଼ ୧୫, ଢେଙ୍କାନାଳ ୪, ଗଂଜାମ ୩, ଜଗତସିଂହପୁର ୧୭, ଯାଜପୁର ୨୮, ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୬, ଖୋର୍ଦ୍ଧା ୭, କୋରାପୁଟ ୧୮, ମାଲକାନଗିରି ୩୬, ମୟୁରଭଂଜ ୭, ନୟାଗଡ଼ ୧, ପୁରୀ ୧, ସମ୍ବଲପୁର ୪, ସୁନ୍ଦରଗଡ଼ ୨, ଏନ୍ଡିଆର୍ଏଫରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮୭ଟି ମାମଲା ସକ୍ରିୟ ରହିଥିବା ୪୯୪୬ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





