Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ୍ ଗାଡି ଓ ଗଞ୍ଜେଇ ଗାଡି ଧକ୍କା, ଦାମି କାର ସହ ଏକ କ୍ୱଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

by ସଞ୍ଜୟ ସ୍ୱାଇଁ
September 21, 2023
in Accident, Crime, State
ପୁଲିସ୍ ଗାଡି ଓ ଗଞ୍ଜେଇ ଗାଡି ଧକ୍କା, ଦାମି କାର ସହ ଏକ କ୍ୱଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
109
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ଗଞ୍ଜେଇ ଧରିବାକୁ ଯାଇଥିବା ପୁଲିସ୍ ଗାଡ଼ିକୁ ଧକ୍କା ମାରିଛି ଗଞ୍ଜେଇ ବୋଝେଇ ଗାଡି । ଫଳରେ ପୁଲିସ୍ ଗାଡ଼ି ଚେପା ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କର୍ମଚାରୀ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ବଡ଼ସଗର ଅଞ୍ଚଳରେ । ଗତକାଲି ବିଳମ୍ବିତ ରାତ୍ର ସମୟରେ ଆନ୍ଧ୍ରପ୍ରଦେଶର ମୁଚିମପୁଟ ଅଞ୍ଚଳରୁ ଏକ ଏକ୍ସୟୁଭି ଗାଡ଼ିରେ ଉମରକୋଟ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲମତାପୁଟ ପୁଲିସ ବୋଲେରୋ ଗାଡି ଧରି ବଡ ସଗର ଅଞ୍ଚଳରେ ପହଞ୍ଚିଥିଲେ । ଉକ୍ତ ସମୟରେ ଜଲାପୁଟ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଗଞ୍ଜେଇ ବୋଝେଇ ଗାଡ଼ିରେ ଥିବା ମାଫିଆ ପୁଲିସ୍ ଗାଡ଼ିକୁ ଦେଖି ଦେଇଥିଲେ। ଏହାପରେ ସେମାନେ ଦ୍ରୁତ ଗତିରେ ଯାଇ ପୁଲିସ ଗାଡିକୁ ଧକ୍କା ଦେଇଥଲେ । ଏହି ଦୁର୍ଘଟଣାରୁ ଲମତାପୁଟ ଫାଣ୍ଡିର ପୁଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜୟପୁର ଓ ସେମିଳିଗୁଡ଼ ଅଞ୍ଚଳର ୨ଜଣ ଯୁବକଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି । ଏହି ଘଟଣାରେ ପୁଲିସ ୧୦୫ କେଜି ୭୦୦ ଗ୍ରାମ ଗଞ୍ଜେଇ ଓ ଗୋଟିଏ ଦାମୀ ଗାଡି ଜବତ କରିଛି। ଠିକ ସେହିପରି ମାଛକୁଣ୍ଡ ପୁଲିସ୍ ହନୁମାନ ସହିଦ ସ୍ତମ୍ଭ ନିକଟରୁ ଗଞ୍ଜେଇ ବୋଝେଇ ଗୋଟିଏ କମାଣ୍ଡର ଗାଡି ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି । ଉକ୍ତ ଗାଡ଼ିରୁ ଜବତ ଗଞ୍ଜେଇର ପରିମାଣ ୧୮୭ କେଜି ୩୦୦ଗ୍ରାମ ଗଞ୍ଜେଇ ବୋଲି ଜଣାଯାଇଛି। ଏଥିରେ ବ୍ୟବହୃତ କମାଣ୍ଡର ଜିପ୍‌କୁ ମାଛକୁଣ୍ଡ ପୁଲିସ ଜବତ କରିଛି । ଦୁଇଟି ସ୍ଥାନରୁ ମୋଟ ୨୯୩ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ୨ଟି ଗାଡି ଓ ୩ଜଣକୁ ଗିରଫ କରାଯାଇଛି । ବଡ ସଗର ଘଟଣାରେ ଲମତାପୁଟ ପୁଲିସ ଗାଡି ଓ ଗଞ୍ଜେଇ ଗାଡି କ୍ଷତିଗ୍ରସ୍ତ ହୋଇଛି। ପୁଲିସ କର୍ମଚାରୀମାନେ ସୁରକ୍ଷିତ ଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଲମତାପୁଟ ଓ ମାଛକୁଣ୍ଡ ପୁଲିସକୁ ପ୍ରଶଂସା କରିଛନ୍ତି । ଏଥିସହ ଏପରି ଚ୍ୟାଲେଞ୍ଜ ପାଇଁ ପୁଲିସ୍ ସବୁବେଳେ ପ୍ରସ୍ତୁତ ଥିବା କହିଛନ୍ତି ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!