Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରମିଳା ହେଲେ ବିଜେଡିର ବାଚସ୍ପତି ପ୍ରାର୍ଥୀ, ବିଧାନସଭା ଦେଖିବ ପ୍ରଥମ ମହିଳା ବାଚସ୍ପତି

by ସଞ୍ଜୟ ସ୍ୱାଇଁ
September 20, 2023
in Politics, State
ପ୍ରମିଳା ହେଲେ ବିଜେଡିର ବାଚସ୍ପତି ପ୍ରାର୍ଥୀ, ବିଧାନସଭା ଦେଖିବ ପ୍ରଥମ ମହିଳା ବାଚସ୍ପତି
127
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ଶାସକ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତ୍ରୀ ତଥା ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ପ୍ରମିଳାଙ୍କୁ ପ୍ରାର୍ଥୀ ଭାବେ ବୁଧବାର ବିଜେଡି ଘୋଷଣା କରିଛି। ରାଜସ୍ଵ ମନ୍ତ୍ରୀ ବାଚସ୍ପତି ପ୍ରାର୍ଥୀ ହେବା ନେଇ ଗତ କିଛି ଦିନ ହେବ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଜାରି ରହିଥିଲା। ୨୨ରେ ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୧ ତାରିଖ ନାମାଙ୍କନ ଦାଖଲ କରାଯିବ। ଆସନ୍ତାକାଲି ପ୍ରମିଳା ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିବେ। ପ୍ରମିଳା ବର୍ତ୍ତମାନ ବିଞ୍ଝାରପୁରର ବିଧାୟିକା ଅଛନ୍ତି। ସେ ଏହି ନିର୍ବାଚନ ମଣ୍ଡଳୀରୁ ଛଅ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଜନତା ଦଳରୁ ଥରେ ଏବଂ ବିଜେଡିରୁ ପାଞ୍ଚ ଥର ନିର୍ବାଚନ ଜିତିଛନ୍ତି। ୧୯୯୦ରେ ପ୍ରଥମ ଥର ଜନତା ଦଳରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହା ପରେ ୨୦୦୦ ମସିହାରୁ ବିଜେଡି ଦଳରୁ କ୍ରମାଗତ ଭାବେ ନିର୍ବାଚନ ଜିତି ଆସିଛନ୍ତି। ସେ ରାଜ୍ୟ କ୍ୟାବିନେଟ୍‌ରେ ବିଭିନ୍ନ ଦାୟିତ୍ଵ ସମ୍ଭାଳି ଆସିଛନ୍ତି। ବର୍ତ୍ତମାନ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରମିଳାଙ୍କୁ ବାଚସ୍ପତି ପରି ସାମ୍ବିଧାନିକ ପଦ ପାଇଁ ପ୍ରାର୍ଥୀ କରିଛି। ବିଧାନସଭାରେ ଶାସକ ଦଳର ସଂଖ୍ୟାବଳ ଢେର ଅଧିକ ଥିବାରୁ ତାଙ୍କର ବିଜୟ ସୁନିଶ୍ଚିତ ଲାଗୁଛି। ଏମିତି ହେଲେ ଓଡ଼ିଶା ବିଧାନସଭା ଇତିହାସରେ ଜଣେ ମହିଳା ପ୍ରଥମ ଥର ବାଚସ୍ପତି ପଦ ଅଳଙ୍କୃତ କରିବେ। ସୂଚନା ଅନୁଯାୟୀ, ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ। ୨୨ ତାରିଖ ସକାଳ ୯ଟା ୩୦ରେ ନିର୍ବାଚନ ହେବ। ନୂଆଁଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଇ ଦିଆଯାଇଥିଲା। ବାଚସ୍ପତି ନିର୍ବାଚନକୁ ଘୁଞ୍ଚାଇବା ଦାବିରେ କଂଗ୍ରେସ ଓ ବିଜେପି ନିର୍ବାଚନକୁ ବର୍ଜନ ଘୋଷଣା କରିଥିଲେ। ଉଲ୍ଲେଖନୀୟ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର‌୍ୟ୍ୟନ୍ତ ଚାଲିବ ଅଧିବେଶନ। ଏହି ସମୟରେ ଅକ୍ଟୋବର ୩ ତାରିଖରେ ଆଗତ ହେବ ଅତିରିକ୍ତ ବଜେଟ୍। ଏଥର ଅଧିବେଶନରେ ମୋଟ ୧୩ ଦିନର କାର‌୍ୟ୍ୟ ଦିବସ ରହିଛି । ମୌସୁମୀ ଅଧିବେଶନ ବେଶ ସରଗରମ ହେବାର ସମ୍ଭାବନା ରହିଛି। ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ। ବିକ୍ରମ ଆରୁଖ ଇସ୍ତଫା ପରଠୁ ବାଚସ୍ପତି ପଦ ଖାଲି ପଡ଼ିଛି। ପରବର୍ତ୍ତ ବାଚସ୍ପତି କିଏ ହେବ ? ସେ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା। ଜଣେ ମହିଳାଙ୍କ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସୂଚନାଯୋଗ୍ୟ, ମେ ୧୨ ତାରିଖରେ ବିକ୍ରମ ଆରୁଖ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ରାଜ୍ୟ ସରକାର ତାଙ୍କୁ ଅର୍ଥ ମନ୍ତ୍ରୀ ଦାୟିତ୍ଵ ଦିଆଯାଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!