ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟିଲା ଆସୋସିଏସନ୍
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ମାତିଛନ୍ତି ବିଦ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କାରୀ ଦଲାଲ୍ । ଏହି ଦଲାଲ୍ ମାନେ ଏବେ ପ୍ରକୃତ ଦିବ୍ୟାଙ୍ଗ ପାଇଁ ସାଜିଛନ୍ତି ସ୍ଲୋ ପଏଜନ୍ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାରେ ନକଲି ଦିବ୍ୟାଙ୍ଗ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ଗୋଷ୍ଠୀ ମାତିଛନ୍ତି । ଏମାନେ ସୁସ୍ଥ ଲୋକଙ୍କୁ ବିଦ୍ୟାଙ୍ଗ ପ୍ରମାଣପତ୍ର ଦେଇ ସରକାରଙ୍କ ଯୋଜନାରେ ସାମିଲ କରିବାର ଷଡ଼ଯନ୍ତ୍ର ରଚିଛନ୍ତି । ଏଥିରେ କେତେକାଂଶରେ ସଫଳ ହୋଇ ସାରିଥିବା ବେଳେ ଏହା ଦ୍ୱାରା ପ୍ରକୃତ ଦିବ୍ୟାଙ୍ଗ କ୍ଷତିଗ୍ରସ୍ତ ହେବାର ଆଶଙ୍ଗା ସୃଷ୍ଟି ହୋଇଛି । ସ୍ଲୋ ପଏଜନ୍ ଭାବେ କାର୍ଯ୍ୟ କରୁଥିବା ଏହି ଦଲାଲ୍ଙ୍କୁ ପ୍ରତିହତ କରିବା ପାଇଁ ଆଜି ଜୁନିୟର୍ ଦିବ୍ୟାଙ୍ଗ ଆସୋସିଏସନ୍ ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦାବି ପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଜିଲ୍ଲାପ୍ରଶାସନ ଏହି ଦଲାଲ୍ଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନତୁବା ସରକାରଙ୍କର ବ୍ୟାପକ ରାଜସ୍ୱ ଲୁଟ ହେବାର ସମ୍ଭାବନା ରହିଥିବା ବେଳେ ପ୍ରକୃତ ଦିବ୍ୟାଙ୍ଗ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଥିବା ଆସୋସିଏସନ୍ ସଦସ୍ୟମାନେ କହିଛନ୍ତି ।





