Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ମମତା ମହନ୍ତ

by ସଞ୍ଜୟ ସ୍ୱାଇଁ
September 19, 2023
in NATIONAL NEWS, Politics
ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ମମତା ମହନ୍ତ
91
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ୍ ପୁନର୍ଗଠନ ହୋଇଛି । ଆଜି ଏନେଇ ଗୃହରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖର ଘୋଷଣା କରିଛନ୍ତି । ଉପାଧ୍ୟକ୍ଷ ପ୍ୟାନେଲରେ ୫୦ ପ୍ରତିଶତ ମହିଳାଙ୍କ ପ୍ରତିନିଧିତ୍ୱ ରହିଛି ବୋଲି କହିଛନ୍ତି । ତେବେ ଗତ ଜୁଲାଇ ମାସରେ ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିବା ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କୁ ସ୍ଥାନ ମିଳିଛି । ସଂସଦର ସ୍ୱତନ୍ତ୍ର ଅଧିବେଶନର ଆଜି ପ୍ରଥମ ଦିନରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଧନଖର ଏହି ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ ଘୋଷଣା କରି କହିଥିଲେ ଯେ, ମୋଟ ୮ଜଣ ସଦସ୍ୟଙ୍କୁ ପ୍ୟାନେଲରେ ସାମିଲ କରାଯାଇଛି । ସେଥିରେ ୪ଜଣ ମହିଳା ସାଂସଦ ଅଛନ୍ତି । ମହିଳା ସାଂସଦମାନେ ହେଲେ ବିଜେଡିର ମମତା ମହନ୍ତ,ବିଜେପିର କାନ୍ତା କରଦମ, ସୁମିତ୍ରା ବାଲ୍ମିକୀ ଓ ଗୀତା ଓରଫ ଚନ୍ଦ୍ରପ୍ରଭା । ସେହିପରି କଂଗ୍ରେସର ଅଖିଳେଶ ପ୍ରସାଦ ସିଂ, ଆମ ଆଦମୀ ପାର୍ଟିର ନାରାୟଣ ଦାସଗୁପ୍ତା, ୱାଇଏସଆର କଂଗ୍ରେସର ଭି.ବିଜୟସାଇ ରେଡ୍ଡୀ ଏବଂ ତୃଣମୂଳ କଂଗ୍ରେସର ଶାନ୍ତ୍ୱନୁ ସେନ୍ ଏହି ପ୍ୟାନେଲର ସଦସ୍ୟ ଅଛନ୍ତି । ଏହି ପ୍ୟାନେଲର କାର‌୍ୟ୍ୟକାଳ ୨୦୨୩ ସେପ୍ଟେମ୍ବର ୧୩ତାରିଖରୁ କାର‌୍ୟ୍ୟକ୍ଷମ ହୋଇଛି । ଏହି ପ୍ୟାନେଲରେ ୫୦ ପ୍ରତିଶତ ମହିଳାଙ୍କ ପ୍ରତିନିଧିତ୍ୱ ରହିଛି ବୋଲି ଣ୍ରୀ ଧନଖର ଗୃହକୁ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ, ଗତ ଜୁଲାଇ ୨୦ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ କରି ଶ୍ରୀ ଧନଖର ପ୍ରଥମଥର ପାଇଁ ମହିଳାଙ୍କ ପ୍ରତିନିଧିତ୍ୱ ୫୦ ପ୍ରତିଶତ ରଖିଥିଲେ । ମମତା ମହନ୍ତଙ୍କୁ ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲ କରାଯାଇଛି ଓ ସେ ଆଜି ପ୍ରଥମଥର ପାଇଁ ଗୃହ କାର‌୍ୟ୍ୟ ପରିଚାଳନା କରିଥିଲେ ବୋଲି ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!