ନୟାଗଡ଼,(ବାଘୁଆବାର୍ତ୍ତା): କାୟା ମେଲାଇ ଚାଲିଥିବା କରୋନା ଜିଲ୍ଲାରେ ତାର ଭୟାବହତା ହ୍ରାସ କରିଛି । ନୟାଗଡ଼ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚିକିତ୍ସାଧିନ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଆଜି ୧୨ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ସୁନା ବ୍ୟବସାୟୀ ପରିବାରରୁ ୬ ଜଣ, ପୁଲିସ କର୍ମଚାରୀ ଏବଂ ଅନ୍ୟାନ ୫ ଜଣ ରହିଛନ୍ତି । ଆଜି ସେମାନେ ନୟାଗଡ଼ ଫେରିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷେ, ଚିକିତ୍ସାଧିନ ଅବସ୍ଥାରେ ଥିବା ଅନ୍ୟ ସମସ୍ତ ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ଏବଂ ସେମାନେ ସୁସ୍ଥ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।





