ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଜିଲ୍ଲାରେ ବାହ୍ୟ ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢ଼ିଛି । ନୟାଗଡ଼ ସହରରେ ସୁନା ବ୍ୟବସାୟୀଙ୍କ ପରିବାରର ୭ ଜଣ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ସେପଟେ ଓଡ଼ଗାଁ ବ୍ଲକ ସୁନାମୁହିଁରୁ ଜଣେ ବାହ୍ୟ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ିଛି । ଆକ୍ରାନ୍ତ ଚିହ୍ନ ହେବା ପୂର୍ବରୁ ଓଡ଼ଗାଁ ଡାକ୍ତରଖାନା ଏବଂ ସୁନାମୁହିଁ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିଲେ । ଯାହାକୁ ନେଇ ପଂଚାୟତଠାରୁ ଜିଲ୍ଲା ପ୍ରଶାସନ ଯାଏଁ ସମସ୍ତଙ୍କ ଚିନ୍ତା ବଢ଼ିଥିବା ବେଳେ ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି । ଏହି କାରଣରୁ ଆଜି ଏହି ଅଂଚଳରୁ ୯୦ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।





