ବାଇକ ଓ ମୋବାଇଲ ଜବତ, ଚେନ୍ ଉଦ୍ଧାର
ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଟାଉନଥାନା ଅନ୍ତର୍ଗତ ନୂଆବସଷ୍ଟାଣ୍ଡଠାରୁ ସୁନାଚେନ୍ ଲୁଟ ଘଟଣାରେ ପୁଲିସ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଆଦର୍ଶଥାନା ଅନ୍ତର୍ଗତ ହାଉସିଂବୋଡ଼ କଲୋନୀର ଦେବୀପ୍ରସାଦ ରାଉଳ, ମୁକୁନ୍ଦପ୍ରସାଦର ଚିନ୍ମୟ କୁମାର ମହାପାତ୍ର ।
ଗତକାଲି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଝୁମ୍ପୁରି ଗ୍ରାମର ଅଭୟ କୁମାର ସାହୁଙ୍କ ପôତୀ ଲିତୁମାମା ସାହୁ ଡ୍ୟୁଟି ସାରି ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଦୁବୁର୍ତ୍ତ ଏକ କଳାରଙ୍ଗର ପଲସର ବାଇକରେ ଆସି ତାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଥିଲେ । ଯାହାକୁ ନେଇ ଲିତୁମାମା ନୟାଗଡ଼ ଟାଉନଥାନାରେ ଅଭିଯୋଗ କରିଥିଲେ ।
ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାକୁ ଗୁରୁତର ସହ ନେଇଥିଲା । ପୁଲିସ ଘଟଣା ସମ୍ପର୍କରେ ନୟାଗଡ଼ ଏସପିଙ୍କୁ ଅବଗତ କରିଥିଲେ । ଏସପି ରାହୁଲ ଜୈନ ଏକ ଟିମ୍ ଗଠନ କରିଥିଲେ । ନୟାଗଡ଼ ଏସଡିପିଓଙ୍କ ତତ୍ୱାବଧାନରେ ପୁଲିସ ଟିମ୍ ଅଭିଯୁକ୍ତକୁ ଗିରଫ କରିବା ସହ ୧୨ ଗ୍ରାମର ଓଜନର ସୁନାଚେନ୍ ଉଦ୍ଧାର କରିଛି । ଏହା ସହିତ ଅଭିଯୁକ୍ତ ଲୁଟରେ ବ୍ୟବହାର କରିଥିବା ବାଇକ ଏବଂ ମୋବାଇଲକୁ ଜବତ କରାଯାଇଥିବା ଟାଉନଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି ।





