Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ ବର୍ଷ ପରେ ଏସିଆ କପ୍ ହାସଲ କଲା ଭାରତ

by ସଞ୍ଜୟ ସ୍ୱାଇଁ
September 17, 2023
in NATIONAL NEWS, Sports, WORLD
୫ ବର୍ଷ ପରେ ଏସିଆ କପ୍ ହାସଲ କଲା ଭାରତ
193
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ୫ ବର୍ଷ ପରେ ପୁଣିଥରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଛି ଟିମ ଇଣ୍ଡିଆ । ଶ୍ରୀଲଙ୍କାର ୫୧ ରନ୍ ଟାର୍ଗେଟକୁ ମାତ୍ର ୬. ଓଭରରେ ହାସଲ କରି ଏସିଆ ମହାଦେଶର ନୂଆ ମହାରାଜା ସାଜିଛି ରୋହିତ ସେନା । ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କାକୁ ନିଜ ଘରେ ହରାଇ ଭାରତ ଏହି ଟାଇଟଲ ଉପରେ କବଜା କରିଛି । ଭାରତର ଦୁଇ ଷ୍ୟାର ଓପନର ଶୁଭମନ ଗିଲ ଏବଂ ଇଶାନ କିଶାନ ଭାରତକୁ ଏହି ଛୋଟ ଟାର୍ଗେଟରେ ପହଞ୍ଚାଇଛନ୍ତି । ମ୍ୟାଚର ପ୍ରଥମ ପାୱାର-ପ୍ଲେ ଶେଷ ହେବା ପୂର୍ବରୁ ହିଁ ଭାରତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛି । ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ୫୧ ରନ୍ ଟାର୍ଗେଟକୁ ପିଛା କରିବା ପାଇଁ ମଇଦାନକୁ ଆସିଥିଲେ ଓପନର ଶୁଭମନ ଗିଲ ଏବଂ ଇଶାନ କିଶାନ । ଛୋଟ ଟାର୍ଗେଟ ଥିବାରୁ ଭାରତୀୟ ଅଧିନାୟକ ରୋହିତଙ୍କ ସ୍ଥାନରେ ଇଶାନ କିଶାନ ଶୁଭମନଙ୍କ ସହ ପାଳି ଆରମ୍ଭ କରିଥିଲେ । ତେବେ ରୋହିତଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ସୁଫଳ ମଧ୍ୟ ଆଣିଦେଇଛି । ଦମଦାର ଫର୍ମରେ ଥିବା ଗିଲ ଏବଂ ଇଶାନ ବିନା କୌଣସି ୱିକେଟ ହରାଇ ଛୋଟ ଟାର୍ଗେଟକୁ ହାସଲ କରି ନେଇଛନ୍ତି । ଏହି ମ୍ୟାଚରେ ଶୁଭମନ ଗିଲ ୧୯ ବଲରେ ୨୭ ରନ୍ କରିଥିବା ବେଳେ ଇଶାନ କିଶାନ ୧୮ ବଲରେ ୨୩ ରନ କରି ଅପରାଜିତ ରହିଛନ୍ତି । ଏଥିସହ ୫ ବର୍ଷ ପରେ ଭାରତ ପୁଣିଥରେ ଏସିଆ ମହାଦେଶର ମହାରାଜା ପାଲଟିଯାଇଛି । ଏହାପୂର୍ବରୁ ୨୦୧୮ ମସିହାରେ ବାଂଲାଦେଶକୁ ମାତ୍ ଦେଇ ଏସିଆ କପ୍ ବିଜୟୀ ହୋଇଥିଲା ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!