କଲମ୍ବୋ, (ବାଘୁଆବାର୍ତ୍ତା): ଏସିଆା କପର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୫୦ ରନରେ ଅଲଆଉଟ୍ ହେଲା ଶ୍ରୀଲଙ୍କା । ସିରାଜଙ୍କ ଘାତକ ବୋଲିଂ ଆଗରେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଛନ୍ତି । ମହମ୍ମଦ ସିରାଜ ୭ ଓଭର ବୋଲିଂ କରିଥିବାବେଳେ ଗୋଟିଏ ଓଭର ମେଡେନ ସହ ୬ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ଓଭର ମେଡେନ ମଧ୍ୟ ରହିଛି । ସେପଟେ ଶ୍ରୀଲଙ୍କାର ମାତ୍ର ୨ଜଣ ଖେଳାଳି ଦୁଇ ଅଛ ଛୁଇଁବାରେ ସକ୍ଷମ ହୋଇଛନ୍ତି । ଦଳର ୫ଜଣ ଖେଳାଳି ଜିରୋରେ ଆଉଟ୍ ହୋଇଛନ୍ତି । ଭାରତ ଆଗରେ ମାତ୍ର ୫୧ ରନର ବିଜୟ ଲକ୍ଷ୍ୟ ରହିଛି । ସିରାଜଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ବିକେଟ୍ ଏବଂ ବୁମରା ଗୋଟିଏ ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ଭାରତ ଆଗରେ କମ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୫ ବର୍ଷ ପରେ ପୁଣିଥରେ ଏସିଆ କପ ଟାଇଟଲ ହାସଲ କରିବ ରୋହିତ ବାହିନୀ ।






