ସମ୍ବଲପୁର, (ବାଘୁଆବାର୍ତ୍ତା): ପୂଜା ଚାନ୍ଦାକୁ ନେଇ ଗଡିଲା ମୁଣ୍ଡ । ସମ୍ବଲପୁର ବୁର୍ଲା ଥାନା ଆ-କଟାପାଲି ଗାଁରେ ଗଣେଶ ପୂଜା ଚାନ୍ଦାକୁକୁ ନେଇ ହତ୍ୟାକାଣ୍ଡ ଘଟିଛି । ଶନିବାର ଅପରାହ୍ନରେ ସମ୍ବଲପୁର ବୁର୍ଲା ଥାନା ଆ-କଟାପାଲି ଗାଁରେ ହତ୍ୟାକାଣ୍ଡ ଘଟିଛି । ଏହି ହତ୍ୟାକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି କ୍ଷୀରୋଦ ତାଣ୍ଡି । ମୃତକଙ୍କ ଘର ବୈଜାମୁଣ୍ଡା ହୋଇଥିବା ବେଳେ ସେ ଆ-କଟାପାଲି ଗ୍ରାମକୁ ନିଜର ପୂଜା କମିଟି ସଦସ୍ୟଙ୍କ ସହ ଯାଇଥିଲେ । ତେବେ ଚାନ୍ଦାକୁ ନେଇ ଗୋଷ୍ଠୀ ସଂଘର୍ଷ ହେବା ସହ ଗୋଟିଏ ଗୋଷ୍ଠୀ ତାଙ୍କୁ ହତ୍ୟା କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ୨ରୁ ୩ ଆହତ ହୋଇଛନ୍ତି ।





