ଜଗତସିଂପୁର, (ବାଘୁଆବାର୍ତ୍ତା): ଜଗତସିଂପୁର ଜିଲ୍ଲା ବାହାରନା ସର୍କଲ ଆରଆଇ ଭିଜିଲାନ୍ସ ଜାଲରେ । ଜଣେ ବ୍ୟକ୍ତି ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ପାର୍ଟିସନ ସୁଟର ଏକ ଇନକ୍ୱାରି ରିପୋର୍ଟ ଦେବା ପାଇଁ ଆରଆଇ ରମାକାନ୍ତ ବେହେରା ଅଭିଯୋଗ କାରୀଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଅଭିଯୋଗ କାରି ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିଲା । ସମସ୍ତ ଟଙ୍କାକୁ ଭିଜିଲାନ୍ସ ରମାକାନ୍ତଙ୍କ ଠାରୁ ଉଦ୍ଧାର କରିଛି । ଆରଆଇଙ୍କର ଦୁଇଟି ସ୍ଥାନରେ ଚଢ଼ଉ ଜାରି ରହିଛି । କଟକ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଯାରି ରହିଛି ।





