ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର ସଦର ଥାନା କୁମାରପୁର ଗାଁରେ ହତ୍ୟାକାଣ୍ଡ । ବାପାକୁ ପିଟି ପିଟି ହତ୍ୟା କରିଲା ପୁଅ । ମୃତକ ହେଲେ କୁମାରପୁର ଗାଁର ରମେଶ ପ୍ରଧାନ । ଶୁକ୍ରବାର ରାତିରେ ବାପା ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ଏକ ବାପ ମୁଣ୍ଡକୁ କାଠଫାଳିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ବାପା ରମେଶ ପ୍ରଧାନ ମୃତ, ପୁଅ ଦାମ ପ୍ରଧାନ ଥାନାରେ ଅଟକ । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଦୀର୍ଘଦିନ ଧରି ବାପା-ପୁଅଙ୍କ ମଧ୍ୟରେ ତିକ୍ତରା ଲାଗି ରହିଥିଲା । ତେବେ ଶୁକ୍ରବାର ଉଗ୍ରରୂପ ନେଇଥିଲା ବାପା-ପୁଅଙ୍କ ଝଗଡା । ରାଗିଯାଇ ବାପାକୁ ପୁଅ କାଠଫାଳିଆରେ ହାଣି ହତ୍ୟା କରିଥିଲା । ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିଲା । ଏବେ ଘଟଣାପରେ ପୁଅକୁ ଅଟକ ରଖିଛି ପୋଲିସ ।





