Monday, November 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଟ୍‌ଡାଉନ୍ @ ସହରରେ ବନ୍ଦ ଗାଁରେ ଖୋଲା

by Anil Panda
June 27, 2020
in Feature News
ବଢ଼ିଲା ଭୟ, ଶୂନଶାନ ହେଲା ନୟାଗଡ଼ ସହର
34
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା ମହାମାରୀକୁ ନେଇ ରାଜ୍ୟ ସରକାରଙ୍କଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଚିନ୍ତା ଗ୍ରସ୍ତ ରହିଛନ୍ତି । ଏହି ପ୍ରରିପ୍ରେକ୍ଷିରେ ରାଜ୍ୟ ସରକାର ଜୁନ ଏବଂ ଜୁଲାଇ ମାସ ସମେତ ଅକ୍ଟୋମ୍ବର ମାସ ଯାଏଁ ଏହାର କଳାର ରୂପ ଦେଖାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଯାହାକୁ ନେଇ ଜୁନ ମାସର ଶନିବାର ଏବଂ ରବିବାରକୁ ସରକାର ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ଏହାକୁ ନେଇ ନୟାଗଡ଼ ସହର ସମେତ ଜିଲ୍ଲାର ସମସ୍ତ ସହରାଂଚଳରେ ଦୋକାନ ବଜାର ବନ୍ଦ ରହୁଥିବା ଏବଂ ଗାଡ଼ି ମୋଟର ଯାତାୟତ ବନ୍ଦ ରହିଛି । ମାତ୍ର ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ଗାଁରେ ଏହି ସଟ୍‌ଡାଉନ୍ କୈାଣସି ମାଇନା ରଖୁନଥିବା ଜଣାଯାଇଛି । ଅନେକ ଗ୍ରାମରେ ଦୋକାନ ବଜାର ଖୋଲିବା, ଚା ଖଟି ଜମିବା ସହ ଯାତାୟତ ଲାଗି ରହୁଥିବା ଦେଖିବାକୁ ମିଳିଛି । ଜିଲ୍ଲାକୁ ଆସିଥିବା ୧୧ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀଙ୍କ ମଧ୍ୟରୁ ଅନେକ ପ୍ରବାସୀ ଏବେ ସଂଗରୋଧ ମୁକ୍ତ ହୋଇ ବିଭିନ୍ନ ଗ୍ରାମାଞ୍ଚଳରେ ରହୁଥିବା ବେଳେ ସେମାନଙ୍କର ସ୍ୱାବ ପରୀକ୍ଷା କରାଯାଇ ନାହିଁ । ତଥାପି ଗ୍ରାମବାସୀ ଏହାକୁ ଭୃକ୍ଷେପ ନକରିବା ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ନିୟମକୁ ମାନି ଗାଁରେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ, ମାସ୍କ ବ୍ୟବହାର ଏବଂ ସଟ୍‌ଡାଉନ୍ ନିୟମକୁ ପାଳନ କରିବାର ଆବଶ୍ୟକତା ରହିଛି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!