Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଆ ପାଲଟିଲା ରାକ୍ଷସୀ, ନାଳରେ ଫୋପାଡି ପୁଅକୁ ମାରିଦେଲା

by ସଞ୍ଜୟ ସ୍ୱାଇଁ
September 12, 2023
in Crime, State
ମାଆ ପାଲଟିଲା ରାକ୍ଷସୀ, ନାଳରେ ଫୋପାଡି ପୁଅକୁ ମାରିଦେଲା
78
VIEWS
Share on FacebookShare on Twitter

ମୟୁରଭଞ୍ଜ, (ବାଘୁଆବାର୍ତ୍ତା): ମାଆ ସ୍ନେହ ଶ୍ରଦ୍ଧା ଓ ମମତାର ଅନ୍ୟ ନାମ । ପିଲା ପାଇଁ ତା ମାଆ ପାର୍ କରିଯାଏ ସବୁ ବାଧା ବନ୍ଧନ । ଶତ୍ରୁ ପାଖରୁ ଛଡାଇ ଆଣେ । ହେଲେ ବର୍ତ୍ତମାନ ଯୁଗରେ କିଛି କଳଙ୍କିନି ନାରୀ ସେହି ମାଆ ଶବ୍ଦକୁ ବଦନାମ କରିବାକୁ ପଛାଉନାହାନ୍ତି । ମାଆ ହୋଇ ନିଜର ଜନ୍ମକଲା ପୁଅକୁ ମଧ୍ୟ ପାଣିରେ ଫିଙ୍ଗି ଦେଇପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଙ୍କିଡିହି ଗ୍ରାମରେ । ଘଟଣାରୁ ଯାହା ଜଣାପଡିଛି ଗାଁର ସେଲାଇ ନାଏକଙ୍କ ଦିତୀୟ ସ୍ତ୍ରୀ ପ୍ରଭାତୀ ନାଏକ ସୋମବାର ନିଜ ପୁଅକୁ ଗାଁ ପାଖରେ ଥିବା ଏକ ନାଳରେ ପକେଇଦେଇ ଆସିଥିଲେ । ପକେଇ ଆସିବା ପରେ ଗାଁରେ କହିଥିଲେ ତାଙ୍କ ପୁଅ ହଜିଯାଇଛି । ଏନେଇ ପରିବାର ବର୍ଗ ଓ ଗ୍ରାମବାସି ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ତାପରେ ସେମାନେ ଥାନାକୁ ଆସି ଅଭିଯୋଗ କରିବା ପରେ ପୋଲିସ ପ୍ରଭାତୀ ନାଏକକୁ ପଚରା ଉଚରା କଲା ପରେ ସେ କହିଥିଲେ ତାଙ୍କ ଭାଉଜଙ୍କ ପାଖରେ ଛୁଆକୁ ଛାଡିଛନ୍ତି । ପୁଣି ସେମାନେ ଗାଁ କୁ ଫେରିଆସି ପଡୋଶୀ ଘରକୁ ଯାଇଥିଲେ କିନ୍ତୁ ସେଠି କାହାକୁ ପାଇନଥିଲେ । ପରଦିନ ତାଙ୍କ ଘର ଲୋକ ପ୍ରଭାତୀକୁ ପଚାରିବାରୁ ସେ ପୁଅକୁ ନେଇ ନାଳରେ ଭସାଇ ଦେବା କଥା ମାନିବା ସହିତ ଭସାଇ ଥିବା ସ୍ଥାନକୁ ଦେଖେଇ ଥିଲା । ପରେ ଘଟଣା ସ୍ଥଳରେ ବିଶୋଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତ ଶିଶୁ ପୁତ୍ରକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟକୁ ପଠେଇଥିଲେ । ତା ସହିତ ସନ୍ତାନ ହତ୍ୟାକାରୀ ମାଆ ପ୍ରଭାତୀ ନାଏକକୁ ଗିରଫ କରି ବିଶୋଇ ଥାନାରେରେ ହତ୍ୟା ମାମଲା ରୁଜୁ କରି ମହିଳାକୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଅପରପକ୍ଷରେ କେଉଁ କାରଣରୁ ମହିଳା ଜଣଙ୍କ ନିଜ ଜନ୍ମିତ ପୁତ୍ର ସନ୍ତାନକୁ ହତ୍ୟା କଲେ ସଠିକ୍ ଜଣା ପଡ଼ିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!