ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜିଠୁ ଆରମ୍ଭ ହେଲା ବିଜେଡିର ତାଲିମ ଶିବିର । ତୃଣମୂଳ ସ୍ତରରୁ ନେତା ଓ କର୍ମୀଙ୍କୁ ନିର୍ବାଚନ ପାଇଁ ଦିଆଯିବ ଗୁରୁମନ୍ତ୍ର । ଶଙ୍ଖ ଭାବନରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମ ୩୭ ଦିନ ଯାଏଁ ଚାଲିବ। ଦୈନିକ ୪ଟି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ତାଲିମ ଦିଆଯିବ। ୧୪୭ଟି ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ୪ ଜଣ ସକ୍ରିୟ କର୍ମୀଙ୍କୁ ତାମିଲ ଦିଆଯିବ। ଏପରି ଭାବେ ୩୦୦୦୦ରୁ ଅଧିକ କର୍ମୀଙ୍କୁ ମାଷ୍ଟର ଟ୍ରେନର କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏଥିରେ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ୱ ଦିଆଯିବ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ସହ ଆଗାମୀ ନିର୍ବାଚନ ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ। ଆଜି ଚୌଦ୍ୱାର କଟକ, ଜଗତସିଂହପୁର, ହିଂଜିଳିକାଟୁ , ଭଞ୍ଜନଗରର କର୍ମୀଙ୍କୁ ଦିଆଯିବ ଗୁରୁମନ୍ତ୍ର । ଦେବୀ ମିଶ୍ର, ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।





