ନୟାଗଡ଼, (ବାଘୁଆବାର୍ତ୍ତା): କୃଷି ଓ କୃଷକର ବିକାଶ ପାଇଁ ସଂକଳ୍ପ ବଧ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷ ମନ୍ତ୍ରୀ ଆଜି ତିନଟି ଜିଲ୍ଲା ଗ୍ରସ୍ତ କରିବେ ବୋଲି ଜଣାଯାଇଛି । ଭୂବନେଶ୍ୱରରୁ କୃଷି ମନ୍ତ୍ରୀ ହେଲିକାପ୍ଟର ଯୋଗେ ଯାଇ କୋରାପୁଟରେ ଓହ୍ଲାଇବେ । ସେଠାରୁ ମାଲାକାନଗିରି ଗ୍ରସ୍ତ କରିବା ସହିତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ କୃଷିର ବିକାଶ ଏବଂ ଅଗ୍ରଗତି ସଂମ୍ପର୍କରେ ସମୀକ୍ଷା କରିବେ । ଏହା ପରେ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିବା ସହିତ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେବେ । ମଧ୍ୟାହ୍ନ ପରେ ନବରଙ୍ଗପୁର ଜିଲ୍ଲାରୁ ଫେରି ମନ୍ତ୍ରୀ କୋରାପୁଟ ଜିଲ୍ଲାରେ କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ମିଳିତ କୃଷି ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ କୃଷି ଏବଂ କୃଶକ ସଶକ୍ତି କରଣ ଦ୍ୱାରା ଅନୁମୋଦିତ ବିଭିନ୍ନ ଯୋଜନା ଏବଂ କୃଷିର ଉନ୍ନତୀ ଆଦି ସଂମ୍ପର୍କରେ ଆଲୋଚନା କରିବେ । ଏହି ଅଂଚଳରେ କରୋନା ମହାମାରୀ ସମୟରେ କିଭଳି କୃଷି କାର୍ଯ୍ୟରେ ବାଧା ନଉପୁଜିବ ସେ ନେଇ ଆଲୋଚନା କରିବା ସହ କରୋନା ପରିସ୍ଥିତି ସଂମ୍ପର୍କରେ ମଧ୍ୟ ଆଲୋଚନା କରିବେ । ମୁଖ୍ୟତଃ ଉପାନ୍ତ ଅଂଚଳର ବସବାସ କରୁଥିବା ଜନସାଧାରଣଙ୍କର କୃଷି ଭିତ୍ତିକ କାର୍ଯ୍ୟରେ ଅଧିକାରୀ କିପରି ସହଯୋଗ କରିବେ ଏବଂ ଚାଷୀଙ୍କ ନିକଟତ୍ତର ହେବେ ସେ ନେଇ ଆଜି ମନ୍ତ୍ରୀ ପରାମର୍ଶ ଦେବେ ବୋଲି ସମ୍ଭାବନା ରହିଛି ।





