ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ଲାଗିଥିବା ତୃଟିପୂର୍ଣ୍ଣ ନାମ ଫଳକରେ ଆଜି ବଦଳିଛି । ଭାଷା ଆନ୍ଦୋଳନ ସମିତି ପ୍ରଚେଷ୍ଟାରେ ଏହାକୁ ସଂଶୋଧନ କରାଯାଇଛି । ଆବାହକ ଶିବରାମ ମହାପାତ୍ର ଏବଂ ଲକ୍ଷ୍ମୀପ୍ରସାଦ ପଂଚାୟତ ସରପଂଚ ସୈାମ୍ୟ ରଂଜନ ପ୍ରଧାନ ଆଜି ଏହାକୁ ସଂଶୋଧନ କରିବାରେ ସଫଳ ହୋଇଛନ୍ତି । ଏହାକୁ ନେଇ ପୂର୍ବରୁ ବାରମ୍ବାର ଭାଷା ଆନ୍ଦୋଳନ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଦାବି ଉଠାଯାଇଥିଲା । ତଥାପି ଜିଲ୍ଲା ପ୍ରଶାସନ ଏହାକୁ ସଂଶୋଧନ କରାଇବାରେ ସଫଳ ହୋଇନଥିବା ବେଳେ ଆଜି ଭାଷା ଆନ୍ଦୋଳନ ପ୍ରଚେଷ୍ଟାରେ ସଂଶୋଧନ କରାଯାଇଛି । ଏହି ନାମ ଫଳକ ପରିବର୍ତ୍ତନ ନେଇ ଭାଷା ଆନ୍ଦୋଳନ ପକ୍ଷରୁ ପୈାର ନିର୍ବାହୀ ଅଧିକାରୀଙ୍କୁ ସନ୍ତୋଷ କୁମାର ଜେନାଙ୍କୁ ଅବଗତ କରାଯିବା ପରେ ନାମ ଫଳକ ଲଗାଇଥିବା ସଂସ୍ଥାକୁ ପରିବର୍ତ୍ତନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ଉକ୍ତ ସଂସ୍ଥା ଏବଂ ଭାଷା ଆନ୍ଦୋଳନ ସମିତି ମିଳିତ ଉଦ୍ୟମରେ ଏହାକୁ ସଂଶୋଧନ କରାଯାଇଥିବା ଜଣାଯାଇଛି ।





