Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକାକୁ ଗଣ ଦୁଷ୍କର୍ମ ମାମଲା, ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୩୦ ହଜାର ଦଣ୍ଡ

by ସଞ୍ଜୟ ସ୍ୱାଇଁ
September 4, 2023
in Crime, Nayagarh, State
ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ ଦଣ୍ଡ
295
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ୨୦୨୨ ମସିହା ବାଣିଗୋଛା ଥାନାର ନାଁ ବାଳିକା ଗଣ ଦୁଷ୍କର୍ମ ମାମଲାର ବିଚାର କରି ନୟାଗଡ଼ ପୋକ୍ସ କୋର୍ଟର ବିଚାରପତି ନିରଞ୍ଜନ ପଣ୍ଡା, ଅଭିଯୁକ୍ତ ଶ୍ରୀକାନ୍ତ ନାଏକ ଓ ଶାନ୍ତିପନି ବେହେରାକୁ ଆଜିବନ କାରାଦଣ୍ଡ ଦେବା ସହ ତିରିଶି ହଜାର ଟଙ୍କାର ଅର୍ଥ ରାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସୁଚନାନୁସାରେ ୨୦୨୨ ମସିହା ମେ ମାସ ୧୦ ତାରିଖ ଦିନ ଦଶପଲ୍ଲା ଅଞ୍ଚଳର ପିଡିତା ଯାହାଙ୍କ ବୟସ ୧୧ ବର୍ଷ ତାଙ୍କ ବାପା ଓ ମା’ ଙ୍କ ସହ ବାଣିଗୋଛା ସୁନାରିପଦର ଗ୍ରାମକୁ ଏକ ବିଭାଘର କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ । ବିଭାଘର ପ୍ରସେସନ ସରିଲା ପରେ ୨ ଜଣ ବାଜାବାଲା ଜଣେ ଶ୍ରୀକାନ୍ତ ନାଏକ ବୟସ (୨୩) ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗ୍ରାମର ଶାନ୍ତି ପନି ବେହେରା ବୟସ (୨୭) ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଜାମୁସାହି ଗ୍ରାମର ପିଡିତାଙ୍କୁ ଦୁଇ ଜଣ ମିଶି ନିକଟସ୍ଥ ଏକ ପଡିଆକୁ ନେଇ ଜଣଙ୍କ ପରେ ଜଣେ ପିଡିତାକୁ ଦୁଷ୍କର୍ମ କରିଥିଲେ । ଏହାପରେ ପିଡିତା କ୍ଷତ ବିକ୍ଷତ ଅବସ୍ଥାରେ ଆସି ଘଟଣା ସମ୍ପର୍କରେ ତାଙ୍କର ବାପାଙ୍କୁ କହିବା ସହ ଦୁଇଜଣ ମୁଦାଲାଙ୍କୁ ସମସ୍ତଙ୍କ ଉପସ୍ଥିତିରେ ଚିହ୍ନଟ କରିଥିଲେ । ଏହାକୁ ଭିତି କରି ପିଡିତାଙ୍କ ବାପା ବାଣିଗୋଛା ଥାନାରେ ଏକଲିଖିତ ଅଭିଯୋଗ କରିଥିଲେ । ତଦନ୍ତକାରି ଅଫିସର ମୁକେଶ କୁମାର ବେହେରା ବାଣିଗୋଛା ଥାନା କେସ ନଂ – ୪୭/୨୦୨୨ ରେ ଏକ ମୋକଦ୍ଦମା ରୁଜୁ କରି ଉକ୍ତ ମୁଦାଲା ମାନଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ । ପିଡିତାଙ୍କୁ ଡାକ୍ତର ମାଇନା କରିବା ପାଇଁ ପଠାଇଥିଲେ । ତଦନ୍ତକାରୀ ଅଫିସର କେଶଟିକୁ ସଠିକ ଭାବେ ତଦନ୍ତ କରି ମୁଦାଲା ମାନଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ୩୬୩, ୩୨୪, ୫୭୬/୩୪, ୩୭୬ ଡି.ବି ଓ ୬ ପୋକ୍ସ ଆକ୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । ମାନ୍ୟବର ଅଦାଲତ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ମୁଦାଲା ମାନଙ୍କୁ ଆଜିବନ କାରାଦଣ୍ଡାଦେଶ ସେବା ସହ ୩୦,୦୦୦ ଟଙ୍କା ଲେଖାଏଁ ଦେବା ପାଇଁ ଆଦେଶ ଦେଇଛନ୍ତି । ଏଥି ସହ ପିଡିତାଙ୍କୁ ୭,୦୦୦୦୦ (ସାତ ଲକ୍ଷ) ଟଙ୍କା ସହାୟତା ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧି କରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ମୋକଦ୍ଦମା ପରିଚାଳନା କରୁଥିଲେ ଆଇନଜୀବି ଦାଶରଥି ସାହୁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!