ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭ ଶହରୁ ଉର୍ଦ୍ଧ୍ୱରେ ପଂହଚିଛି । ଏହି ପ୍ରରିପ୍ରେକ୍ଷିରେ ଜିଲ୍ଲାରୁ ନୂଆ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଥିବା ବେଳେ ଏହି ସଂଖ୍ୟା ମୋଟ ୧୩୪ ବୋଲି ଜଣାଯାଇଛି । ଏହା ପୂର୍ବରୁ ଜିଲ୍ଲାରେ ଗୋଟିଏ ଦିନରେ ୧୩ ଜଣଙ୍କ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ନୟାଗଡ଼ ସହରର ୬ ଜଣ ହୋଇଥିବା ବେଳେ ଏହି ଆକ୍ରାନ୍ତମାନେ ସୁନା ବ୍ୟବସାୟୀଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ଜଣେ ପୁଲିସ କର୍ମଚାରୀ ବୋଲି ଜଣାଯାଇଥିଲା । ଯାହାକୁ ନେଇ ଜିଲ୍ଲାପାଳ ସହରର ସମସ୍ତ ସୁନା ଦୋକାନକୁ ପ୍ରଥମେ ବନ୍ଦ କରି ଥିବା ବେଳେ ଆଜି କଡ଼ା ନିୟମ ଲାଗୁ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ସକାଳ ୬ ଘଟିକାରୁ ଦିନ ୧ ଘଙ୍କିକା ପର୍ଯ୍ୟନ୍ତ ସବୁ ଖୋଲା ରହିବାକୁ ଏହି ନିୟମରେ କହିଥିବା ବେଳେ ଦିନ ୧ଟା ପରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଔଷଧ ଦୋକାନ ଗୁଡ଼ିକ ଏହି ନିୟମରୁ ବାଦ ଦିଆଯାଇଛି । ଅନ୍ୟଦେଶ ପର୍ଯ୍ୟନ୍ତ ଏହି ନିୟମ ପାଳନ କରାଯିବ ବୋଲି ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ଚିଠି କରିଥିବା ଜଣାଯାଇଛି ।





