Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକ୍‌ଙ୍କ ପରଲୋକ

by ସଞ୍ଜୟ ସ୍ୱାଇଁ
September 3, 2023
in NATIONAL NEWS, Sports
ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକ୍‌ଙ୍କ ପରଲୋକ
87
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଜିମ୍ବାୱେ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍‌ଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ତାଙ୍କ ପତ୍ନୀ ନାଦିନ ଷ୍ଟ୍ରିକ୍ ସୋଶାଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି। ହିଥ୍ ଷ୍ଟ୍ରିକ୍ ଲିଭର କ୍ୟାନସରରେ ପୀଡ଼ିତ ଥିଲେ। ଦୀର୍ଘ ଦିନ ହେଲା ସେ କ୍ୟାନସର ସହିତ ଲଢ଼େଇ କରୁଥିବା ବେଳେ ଶେଷରେ ଆଜି ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାର ଲୋକଙ୍କ ସହିତ ବନ୍ଧୁବାନ୍ଧବ ଊପସ୍ଥିତ ରହିଥିଲେ। ଜୀବନର ଶେଷ ସମୟ ସେ ପରିବାର ଲୋକଙ୍କ ଗହଣରେ ବିତାଇଥିବା ତାଙ୍କ ପତ୍ନୀ କହିଛନ୍ତି। କିଛି ସପ୍ତାହ ପୂର୍ବେ ଜିମ୍ବାୱେର ଅନ୍ୟତମ କ୍ରିକେଟର ହେନରୀ ଓଲୋଙ୍ଗା ସୋଶାଲ ମିଡିଆ ଜରିଆରେ ସୂଚନା ଦେଇଥିଲେ ଯେ ହିଥ୍ ଷ୍ଟ୍ରିକଙ୍କର ପରଲୋକ ହୋଇଯାଇଛି। ତାଙ୍କ ସୂଚନା ଆଧାରରେ ଅନେକ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରକାଶ ପାଇଥିଲା। ପରେ ଜଣାପଡ଼ିଲା ଯେ ଏହା ମିଛ ଖବର। ନିଜେ ହେନରୀ ଓଲୋଙ୍ଗା ୟୁ-ଟର୍ଣ୍ଣ ନେଇ କହିଥିଲେ ଯେ ହିଥ୍ ଷ୍ଟ୍ରିକ୍ ବଞ୍ଚିଛନ୍ତି। ତେବେ ଆଜିର ଖବର ସତ। ନିଜେ ହିଥ୍ ଷ୍ଟ୍ରିକ୍‌ଙ୍କ ପତ୍ନୀ ଏହାକୁ ଜଣାଇଛନ୍ତି। ହିଥ୍ ଷ୍ଟ୍ରିକ୍ ଜିମ୍ବାୱେ ପକ୍ଷରୁ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ୬୫ଟି ଟେଷ୍ଟରୁ ସେ ୧୯୯୦ ରନ୍ କରିଥିବା ବେଳେ ୨୧୬ଟି ୱିକେଟ୍ ନେଇଥିଲେ। ସେହିପରି ୧୮୯ଟି ଦିନିକିଆରୁ ୨୯୪୨ ରନ୍ କରିଥିବା ବେଳେ ୨୩୯ଟି ୱିକେଟ ନେଇଥିଲେ। ସେ ୧୯୯୩ରେ ଜିମ୍ବାୱେ ପାଇଁ ଡେବ୍ୟୁ କରିଥିଲେ। ୨୦୦୫ ପର‌୍ୟ୍ୟନ୍ତ ସେ ତାଙ୍କ ଦେଶ ପକ୍ଷରୁ କ୍ରିକେଟ୍ ଖେଳିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!