କଟକ, (ବାଘୁଆବାର୍ତ୍ତା): କମିଶନରେଟ ପୁଲିସକୁ ବଡ ସଫଳତା । ଧରାପଡିଲା ଠକ ରାକେଟ । ଚାକିରି କରେଇଦେବା ନାଁରେ ୫୩ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ମାମଲାରେ ୬ଜଣ ଅଭିଯୁକ୍ତଙ୍କ ଗିରଫ କରିବା ସହ ପୁଲିସ ୯୮୦ଗ୍ରାମର ସୁନା, ଜାଲ ନିଯୁକ୍ତିପତ୍ର ଜବତ କରିଛି । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତର ଘର କଟକ ଜିଲ୍ଲା ବଡମ୍ବାର ଅଞ୍ଚଳର । ବିଭିନ୍ନ ଜିଲ୍ଲାରେ ଠକ ନେଟୱର୍କର ଚେର ଲମ୍ବିଥିବା ଆଶଙ୍କା ପ୍ରକାଶ କରିଛି କମିଶନରେଟ ପୁଲିସ । ତେବେ ରାକେଟ ଚାକିରି ଆଶାୟୀଙ୍କୁ ଟାର୍ଗେଟ କରିବା ପରେ ଠକୁଥିବା ଜଣାପଡିଛି । ରାକେଟରେ ଆହୁରି ଅଧିକ ବ୍ୟକ୍ତି ଜଡିତ ଥିବା ପୁଲିସ ସହେନ୍ଦ କରି ଛାନଭିନ ଆରମ୍ଭ କରିଛି । ଠକ ରାକେଟ ପର୍ଦ୍ଦା ସମ୍ବନ୍ଧରେ ସୂଚନା ଦେଇଛନ୍ତି କଟକ ଆଡିଶନାଲ ଡିସିପି ଅନୀଲ କୁମାର ମିଶ୍ର ।





