ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ ରେ ପଂହଚିଛି । ସେଥିମଧ୍ୟରେ ୨୫୬ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୬ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଖୋର୍ଦ୍ଧା ୨୬, ନୟାଗଡ଼ ୧, ବାଲେଶ୍ୱର ୩, ଯାଜପୁର ୬, ଜଗତସିଂହପୁର ୧୧, କଟକ ୪, ଅନୁଗୁଳ ୧, କନ୍ଧମାଳ ୧୭, ଗଂଜାମ ୭୫, ଗଜପତି ୭୬, ପୁରୀ ୯, ସୁନ୍ଦରଗଡ଼ ୪, ବଲାଙ୍ଗିରୀ ୧, ମୟୁରଭଂଜ ୬, କୋରାପୁଟ ୧, ଝାରସୁଗୁଡ଼ା ୨୩, ସୁନ୍ଦରଗଡ଼ ୧, ସମ୍ବଲପୁର ୧୩ ଜଣ, ଏନ୍ଡିଆର୍ଏଫ୍ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪୦ଟି ମାମଲା ସକ୍ରିୟ ରହିଥିବା ୩୯୮୮ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





