ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ କେମେଷ୍ଟ୍ରି ଓ ଡ୍ରଗିଷ୍ଟି ଆସୋସିଏସନ୍ ତରଫରୁ ଆଜି କ୍ୟାଣ୍ଡେଲ ଶୋଭାଯାତ୍ରା ସାମାଜିକ ଦୂରତା ଅବଲମ୍ବନ କରି ପୁରୁଣା ବସଷ୍ଟାଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି । ଚୀନ୍ ସହ ସଂଘର୍ଷ ବେଳେ ଶହୀଦ ହୋଇଥିବା ୨୦ଜଣ ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆସୋସିଏସନ୍ କର୍ମକର୍ତ୍ତା ଓ ସଦସ୍ୟ ଏବଂ ବୁଦ୍ଧିଜୀବୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଆୟୋଜିତ ଶୋଭାଯାତ୍ରାରେ ଚୀନର ବର୍ବରତା ଓ ବିଶ୍ୱାସଘାତକୁ ନିନ୍ଦା କରିବା ସହ ଚୀନ୍ ସାମଗ୍ରୀ ବର୍ଜନ ଲାଗି ସଂକଳ୍ପ ନେଇଥିଲେ । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ପ୍ରହଲ୍ଲାଦ ସାହୁ, ସନ୍ତୋଷ କୁମାର ନାୟକ, ପରମାନନ୍ଦ ପ୍ରଧାନ, ବଂଶୀଧର ସାହୁ ପ୍ରମୂଖ ଯୋଗ ଦେଇଥିଲେ ।






