Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଭିନ୍ନ ସଂଗଠନ ପକ୍ଷରୁ ଆଫ୍‌ତାବ୍ ହୋସେନ୍‌ଙ୍କୁ ସମ୍ବର୍ଦ୍ଧନା

by Anil Panda
June 23, 2020
in Feature News
ବିଭିନ୍ନ ସଂଗଠନ ପକ୍ଷରୁ ଆଫ୍‌ତାବ୍ ହୋସେନ୍‌ଙ୍କୁ ସମ୍ବର୍ଦ୍ଧନା
96
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ନୟାଗଡ଼ ଜିଲ୍ଲା ସାଂସ୍କୃତିକ, ବୌଦ୍ଧିକ ତଥା ସାମାଜିକ ଓ ଭାବଗତ ସଂପର୍କରେ ରହିଛି ଅନେକ ସାମଞ୍ଜସ୍ୟ । ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋ ନୀଳମାଧବଙ୍କ ଠାରୁ ଆରମ୍ଭକରି ରଥନିର୍ମାଣ ପାଇଁ ଆବଶ୍ୟକ କାଠ ଯୋଗାଣ ପର୍ଯ୍ୟନ୍ତ ନୟାଗଡ଼ର ଭୂମିକା ଅନେକ ଗୁରୁତ୍ୱ ବହନ କରେ । ତେବେ ଚଳିତ ବର୍ଷ ବିଶ୍ୱବ୍ୟାପୀ ମହାମାରୀ କରୋନା ପାଇଁ ରଥଯାତ୍ରା ହେବ ନହେବ ସମ୍ଭାବନା ମଧ୍ୟରେ ସୁପ୍ରିମକୋର୍ଟଙ୍କ ଆଦେଶ ଦ୍ୱାରା ରଥଯାତ୍ରା ବନ୍ଦ ହେବାପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମ ନାରାୟଣୀ ପାଟଣାର ଆଫତାବ୍ ହୋସେନ୍ ଗୁହାରୀ ସୁପ୍ରିମକୋର୍ଟ ବୁଝିଥିବା ଏବଂ ମହାପ୍ରଭୂ ଡାକ ଶୁଣି ରଥାରୁଢ଼ ହୋଇ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି । ପ୍ରାଚୀନ ଯୁଗର ସାଲବେଗର ଡାକରେ ମହାପ୍ରଭୁଙ୍କ ରଥ ଅଧାବାଟରେ ଅଟକି ଯାଇଥିବା ବେଳେ ଏଯୁଗର ସାଲବେଗ ଡାକରାରେ ସମଗ୍ର ବିଶ୍ୱବାସୀଙ୍କ ଉତ୍‌କଣ୍ଠାର ଅବସାନ ଘଟି ଅଟକି ଯାଇଥିବା ରଥ ପୁଣି ଗଡ଼ିଛି । ନୟାଗଡ଼ ମାଟିର ପୁଅ ଇଟାମାଟି ନାରାୟଣପାଟଣା ସାହିର ଆଫତାବ୍ ହୋସେନ୍‌ଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ରିଭ୍ୟୁ ପିଟିସନ ତଥା ରାଜ୍ୟସରକାରଙ୍କ ସହମତି ଫଳରେ ରଥଯାତ୍ରା ହେବାପାଇଁ ସୁପ୍ରିମକୋର୍ଟଙ୍କ ଆଦେଶ ଶେଷ ମୁହୂର୍ତ୍ତରେ ମିଳିଥିଲା । ଏ ନେଇ ସମଗ୍ର ନୟାଗଡ଼ ଅଞ୍ଚଳ ଆନ୍ଦର ଲହରୀ ଖେଳିଯାଇଥିବା ବେଳେ ଜଣେ ସଂଖ୍ୟାଲଘୁ ମୁସ୍‌ଲିମ ସମ୍ପ୍ରଦାୟର ପିଲାର ଶ୍ରୀଜଗନ୍ନାଥଙ୍କ ପ୍ରତି ନିଷ୍ଠାପର ଭକ୍ତିଭାବର ନିଦର୍ଶନ ସମଗ୍ର ବିଶ୍ୱରେ ଉଚ୍ଚ ପ୍ରଶଂସିତ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଆଫତାବ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନୟାଗଡ଼ ଜିଲ୍ଲା ଲେଖକ ପରିଷଦ, ଜିଲ୍ଲା ବୈଦିକ ବ୍ରାହ୍ମଣ ପରିଷଦ, ପରମ୍ପରା ସାହିତ୍ୟ ଏବଂ ସଂସ୍କୃତି ପରିଷଦ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ପରିଷଦ ଆଦି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପବିତ୍ର ରଥଯାତ୍ରା ଅବସରରେ ଆଫତାବ୍‌ଙ୍କୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅନୁଷ୍ଠାନମାନଙ୍କ ପକ୍ଷରୁ କବି ନିର୍ମଳ ଚନ୍ଦ୍ର ଶୂରଦେଓ, ପ୍ରଶାନ୍ତ କୁମାର ଦାଶ, ଲକ୍ଷ୍ମୀଧର ସାହୁ, ଡ.ସୁକାନ୍ତି ମହାନ୍ତି, ପଣ୍ଡିତ ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ, ବିଭୂତ୍ତି ମିଶ୍ର, ଅଶୋକ ମଲ୍ଲ ଏବଂ ଉମାକାନ୍ତ ମିଶ୍ର ପ୍ରମୁଖ ସାମିଲ ହୋଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!