ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ରେ ପଂହଚିଛି । ଏହି ପ୍ରରିପ୍ରେକ୍ଷିରେ ଜିଲ୍ଲାରୁ ନୂଆ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଥିବା ବେଳେ ଏହି ସଂଖ୍ୟା ମୋଟ ୧୩୩ ବୋଲି ଜଣାଯାଇଛି । ଏହି ୧୩ ଜଣଙ୍କ ମଧ୍ୟରୁ ୬ ଜଣ ପୂର୍ବରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୁନା ବ୍ୟବସାୟୀଙ୍କ ପରିବାର ସଦସ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ପୁଲିସ କର୍ମଚାରୀ ଏବଂ ବୋଲି ଜଣାଯାଇଛି । ଅନ୍ୟ ୬ ଜଣଙ୍କ ମଧ୍ୟରୁ ୪ ଜଣ ନୂଆଗାଁ ବ୍ଲକର ଏବଂ ୨ ଜଣ ରଣପୁର ବ୍ଲକର ବୋଲି ଜଣାଯାଇଛି । ରଣପୁର ବ୍ଲକ ଗୈାରାଙ୍ଗପୁର ସଂଗରୋଧ କେନ୍ଦ୍ରରୁ ଦୁଇ ଜଣ କରୋନା ଆକ୍ରାନ୍ତ ବାହାରିଥିବା ବେଳେ ନୂଆଗାଁ ବ୍ଲକର ବେରୁଆଁବାଡ଼ି ସଂଗରୋଧରୁ ୨ ଜଣ ଏବଂ ଗାତେରୀ ସଂଗରୋଧର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ସମସ୍ତ ୧୩ ଜଣ ଆକ୍ରାନ୍ତଙ୍କୁ ଭୂବନେଶ୍ୱର କୋଭିଡ୍ ହସ୍ପିଟାଲକୁ ପଠାଯାଇଛି ।





