ନୟାଗଡ଼, (ବାଘୁଆବାର୍ତ୍ତା): କେବଳ ପୁରୀରେ ଗଡ଼ିବ ରଥ, ଅନୁମତି ଦେଲେ ସୁପ୍ରମିକୋର୍ଟ । ସୂଚନାନୁସାରେ, ରଥଯାତ୍ରା ବନ୍ଦ କରିବା ପାଇଁ ପ୍ରଥମେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇ ଥିବା ବେଳେ ଏନେଇ ଅନେକ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିଲା । ଏଥିରେ ରାଜ୍ୟ ସରକାର ପକ୍ଷ ହୋଇ ଗଜପତି ମହାରାଜଙ୍କ ମତନୁସାରେ ରଥଯାତ୍ରା କରିବା ପାଇଁ ନିବେଦନ କରିଥିଲେ । ଯାହାକୁ ମନେଇ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି । ବିଚାରପତି ମାନେ ନାଗପୁର ସ୍ଥିତ ବାସଭବନରୁ ଭିସି ମାଧ୍ୟମରେ ଶୁଣାଣି କରି ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଏହି ରଥଯାତ୍ରା ବିନା ଭକ୍ତରେ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି । ମାତ୍ର ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ ଅନେକ କଟକଣା ଲଗାଇଛନ୍ତି । ଅନ୍ୟପକ୍ଷେ କରୋନା ସଂକ୍ରମଣ ନେଇ ସୁପ୍ରିମକୋର୍ଟ ଶୁଣାଣି ବେଳେ ପ୍ରଶ୍ନ ଉଠାଇଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ଯତ୍ନବାନ ଥିବା ସରକାରଙ୍କ ପକ୍ଷରୁ ଓକିଲ କୋର୍ଟଙ୍କୁ କହିଛନ୍ତି । କରୋନା ସଂକ୍ରମଣ ବଢ଼ିଲେ ରାଜ୍ୟ ସରକାରଙ୍କ ମୁଣ୍ଡ ତଳକୁ ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ, ରଥଯାତ୍ରା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ରଥକୁ ପଂହଚି ସାରିଥିବା ଜଣାଯାଇଛି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁଲିସ ମହାନିର୍ଦ୍ଦେଶକ ଅଭୟ ଏବଂ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପୁରୀ ଗ୍ରସ୍ତ କରିଛନ୍ତି । ପୁରୀର ସୁୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବଡ଼ଦାଣ୍ଡରୁ ସବୁ ଉଠା ଦୋକାନୀକୁ ହଟାଇ ଦିଆ ଯାଇଛି ।





