Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅହଂକାରୀ ହୋଇପଡ଼ିଛନ୍ତି ସାଂସଦ ଅପରାଜିତା : ଶ୍ରୀମୟୀ

by ସଞ୍ଜୟ ସ୍ୱାଇଁ
August 28, 2023
in Politics, State
ପଞ୍ଚାୟତରେ ଭତ୍ତା ଦେବା ବ୍ୟବସ୍ଥା କରନ୍ତୁ କେନ୍ଦ୍ର ସରକାର : ଶ୍ରୀମୟୀ ମିଶ୍ର
170
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନିଜ ଅପାରଗତା ଲୁଚାଇବାକୁ ସାଧାରଣ ଲୋକ ଓ ମହିଳାଙ୍କୁ ଗୁଣ୍ଡା କହୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୀତି ନୈତିକତା ଭୁଲି ଏସଏଚଜି ମାଆମାନଙ୍କୁ ଗୁଣ୍ଡା ବୋଲି ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି ଅପରାଜିତା । ତାଙ୍କର ଏଭଳି ହୀନ ଆଚରଣକୁ ନିନ୍ଦା କରିବା ସହିତ କ୍ଷମା ମାଗିବାକୁ ବିଜେଡି ଦାବି କରିଛି । ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଅହଂକାରୀ ହୋଇପଡ଼ିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏକଛତ୍ରବାଦ ଚଳାଇବାକୁ ଉଦ୍ୟମ କରୁଛନ୍ତି । ଅପରାଜିତା ଚାହୁଁଛନ୍ତି ତାଙ୍କୁ କେହ ବି ପ୍ରଶ୍ନ ପଚାରିବେନି କି ସେ କାହାକୁ ଉତ୍ତର ଦେବେନି । ଏଥିପାଇଁ ନିଜ ନିର୍ବାଚନମଣ୍ଡଳୀର ସାଧାରଣ ଲୋକ ଓ ଏସଏଚଜି ମାଆଙ୍କୁ ଗୁଣ୍ଡା ଆଖ୍ୟା ଦେଇଛନ୍ତି । ଜଣେ ମହିଳା ସାଂସଦ ହୋଇ ମହିଳାଙ୍କୁ ନିନ୍ଦିତ କରିବା ଅପରାଜିତାଙ୍କ କେଉଁ ନୀତି ନୈତିକତା ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ଯେଉଁ ଲୋକମାନେ ତାଙ୍କୁ ଭୋଟ୍ ଦେଇ ସାଂସଦ ଭାବେ ନିର୍ବାଚିତ କରିଛନ୍ତି, ସେମାନଙ୍କର ପ୍ରଶ୍ନ ପଚାରିବାର ଅଧିକାରୀ ଅଛି । ବିକାଶକୁ ନେଇ ଲୋକ ପ୍ରଶ୍ନ କଲା ବେଳେ ଅପରାଜିତା ନିଜ ଅପରାଗତା ଲୁଚାଇବାକୁ ହୀନ ଉଦ୍ୟମ କରୁଛନ୍ତି । ମାଆମାନଙ୍କର ଫଟୋକୁ ଏଡିଟ୍ କରି ସେମାନଙ୍କୁ ନିଜ ସୋସିଆଲ ମିଡିଆରେ ଗୁଣ୍ଡା ଆଖ୍ୟା ଦେଇ ନିନ୍ଦିତ କରୁଛନ୍ତି । ଅପରାଜିତା ଏଭଳି କରି ଶାନ୍ତିପ୍ରିୟ ଓଡ଼ିଶାର ଛବିକୁ ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି । ମାଆଙ୍କୁ ବଦନାମ କରିଥିବାରୁ ଅପରାଜିତା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି । କ୍ଷମା ନମାଗିଲେ ଆଗକୁ ଓଡ଼ିଶାବାସୀ ଓ ଭୁବନେଶ୍ବରବାସୀ ଅପରାଜିତାଙ୍କୁ କେବେ କ୍ଷମା ଦେବେନି ବୋଲି ଶ୍ରୀମୟୀ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!