ଚାନ୍ଦବାଲି, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିରେ ଶଙ୍ଖ ଧରିଲେ ୯ ନମ୍ବର ୱାର୍ଡର କାଉନସିଲର ଓ ଶତାଧିକ ପରିବାର । ଚାନ୍ଦବାଲିର ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧାୟକ ବ୍ୟୋମକେଶ ରାୟ ସମସ୍ତ ନବାଗତମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଏବଂ ବିକାଶମୂଳକ କାର୍ଯ୍ୟ ଧାରାରେ ନିଜକୁ ସାମିଲ କରିବା ପାଇଁ ମୁଁ ବିଜେଡ଼ିରେ ଯୋଗ ଦେଲି ବୋଲି କାଉନସିଲର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଯୁବନେତା ଜିତେନ୍ଦ୍ର ପାଣି, ବ୍ଲକ୍ ସଭାପତି ଦିଜବର ରାଉତ, ନରେଶ ମାଝୀ ପ୍ରମୁଖ ଉପସ୍ଥିତ ରହି ନବାଗତମାନଙ୍କୁ ସ୍ୱାଗତ କରିଥିଲେ ।





