ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୋଲ୍ଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେହେରାଙ୍କ ସମ୍ପତ୍ତି ଆଟାଚ୍ କରି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ଗୋଲ୍ଡେନ୍ ବାବାଙ୍କ ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଘର, ଦାମୀ ଗାଡ଼ି ଓ ଫ୍ରିଜ ଆକାଉଣ୍ଟର ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମୋଟ୍ ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ଜ୍ୟୋତିରଞ୍ଜନ ଓରଫ୍ ଗୋଲ୍ଡେନ୍ ବାବା। ଚେକ୍ ବାଉନ୍ସ ହେବାରୁ ୨୦୧୮ରେ ଡିସେମ୍ୱର ୩୧ରେ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ। ଠକେଇ ଟଙ୍କାରେ ଗୋଲ୍ଡେନ୍ ବାବା ଅଡି, ଜାଗୁଆର ଓ ବିଏମ୍ଡବ୍ଲ୍ୟ କିଣିଥିଲେ। କିଛିଦିନ ତଳେ ନୂଆପଲ୍ଲୀ ଅଞ୍ଚଳରୁ ଦାମୀ ଗାଡ଼ି ସିଜ୍ କରିଥିଲା ଇଡି। ବାବାର ୨ଟି ଗାଡ଼ିକୁ ଜବତ କରିଥିଲା ଇଡି। ଗୋଲଡେନ୍ ବାବାଙ୍କୁ ଇଡି ଗିରଫ କରିବା ଭୟରେ ସେ ଦୁବାଇ ପଳାଇ ଯାଇଛନ୍ତି। ଦୁବାଇରେ ରହି ଓଡ଼ିଶାର ତଦନ୍ତକାରୀ ସଂସ୍ଥା ଉପରେ ନଜର ରଖିଛି। ତେଣୁ ଇଡି ପ୍ରଥମ କାର୍ୟ୍ୟାନୁଷ୍ଠାନ ଭାବରେ ତାଙ୍କ ସମ୍ପତ୍ତିକୁ ଜବତ କରିଛି। ପରେ ଇଡି ମଧ୍ୟ ଗୋଲ୍ଡେନ୍ ବାବାଙ୍କୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେବ। ତେଣୁ ଏନେଇ ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗତ ଏପ୍ରିଲ ୨୬ତାରିଖରେ ଗୋଲ୍ଡେନ୍ ବାବାଙ୍କ ନାମରେ ଥିବା ଗାଡ଼ି, ବ୍ୟାଙ୍କ୍ ଲକ୍ର ଏବଂ ସମ୍ପତ୍ତି ତାଲିକା ବାହାର କରିଥିଲା ଇଡି। ଗାଡି ଠକେଇ ଟଙ୍କାରେ ଆସିଥିବାରୁ ଏହାକୁ ଜବତ କରିବା ପାଇଁ ଇଡି ପକ୍ରିୟା ଆରମ୍ଭ କରି ଦେଇଥିଲା। ଏହା ଜାଣିପାରି ଗୋଲଡେନ୍ ବାବା ବିଏମ୍ଡବ୍ଲ୍ୟୁ କାରକୁ ଏକ ଘରୋଇ ହସ୍ପିଟାଲର ପାର୍କିଂରେ ଲୁଚାଇ ରଖିଥିଲା। କିନ୍ତୁ ଇଡି ଏହି ଗାଡ଼ିର ସୂଚନା ପାଇଁ ତାକୁ ଜବତ କରିଥିଲା। ପୂର୍ବରୁ ମଧ୍ୟ ଗୋଲଡେନ୍ ବାବାର ୫୧ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା, ଦେଢ଼ କିଲୋ ସୁନା, ନଗଦ ୪୦ ଲକ୍ଷ ଟଙ୍କା ଜବତ କରିଥିଲା ଇଡି। ଠକ ଗୋଲ୍ଡେନ୍ ବାବାଙ୍କ ନାଁରେ ୧୯ଟି ମାମଲା ରହିଛି। ୨୦୧୮ ମସିହା ଡିସେମ୍ବର ୩୧ରେ ଠକେଇ ମାମଲା ଚନ୍ଦ୍ରଶେଖରପୁର ଥାନା ପୁଲିସ ଗୋଲ୍ଡେନ ବାବାଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। ୧୧୦ କୋଟି ଟଙ୍କା ଋଣ କରାଇଦେବା ଆଳରେ ଠକେଇ ନେଇ ମାମଲା ରୁଜୁ କରାଯାଇଥିଲା। ସେହିପରି ୨୦୧୯ ଜାନୁୟାରୀ ୧୨ରେ ଅନ୍ୟ ଏକ ୫.୫କୋଟି ଟଙ୍କା ଠକେଇ ମାମଲାର କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗୋଲ୍ଡେନ ବାବାକୁ ରିମାଣ୍ଡରେ ନେଇ ଜେରା କରିଥିଲା।





