ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ ପେଟ୍ରୋଲିଂ କରୁଥିବା ବେଳେ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିଛି । ସୁଚନାନୁସାରେ ନୟାଗଡ଼ ନିକଟସ୍ଥ ତୁଳସୀପୁର ସାଇ ମନ୍ଦିର ସାମ୍ନାରୁ ଆସାମୀକୁ ଗିରଫ କରାଯାଇଛି । ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ନିନାଗାଦୁ ଗ୍ରାମର ସୁବାଷ କଅଁର ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗର ହାତରେ ପଡିଛି । ତାଙ୍କ ଠାରୁ ୧୦ କେଜି ଗଞ୍ଜେଇ ଜବତ କରାଯାଇଛି । ୧୫୪/୨୩ ରେ ମାମଲା ରୁଜୁ କରାଯାଇ ଆସାମୀକୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ ମୋବାଇ ସ୍କ୍ୱାଡର ଇନିସପେକ୍ଟର ଭକ୍ତବତ୍ସଳ ବର୍ମା, ସବ୍ ଇନିସପେକ୍ଟର ଅର୍ପିତାରାଣୀ ସାହୁ, ଏଏସଆଇ ବିଦ୍ୟାଧର ପ୍ରଧାନ, କନେଷ୍ଟବଳ ଦେବୀପ୍ରସାଦ ପାଣି, ଭାରତୀ ବରାଡ, ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।





