ଟାଙ୍ଗୀ, (ବାଘୁଆବାର୍ତ୍ତା): ପୋଖରୀରେ ବୁଡି ଯୁବକ ମୃତ। ଟାଙ୍ଗୀ ଥାନା ଅଧିନସ୍ଥ ଟାଙ୍ଗୀ ଗ୍ରାମର ନାରାୟଣୀ ପୋଖରୀ ନିକଟରେ ଥିବା ଏକ ଚୁଆରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଟାଙ୍ଗି ଗ୍ରାମ ପଣସପୁର ପାଟଣାର ଦୀପକ ଦାସ (୨୭ ବର୍ଷ)। ଯୁବକ ଜଣକ ୨ ଦିନ ହେଲା ଘରୁ ନିଖୋଜ ଥିଲେ। ଟାଙ୍ଗୀ ପୋଲିସ ଶବ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।





